News
WhatsApp Image 2023-10-04 at 17.25.00
samparksetu

ଝାଟି ମାଟି ଘରେ ଦିନ କାଟୁଛନ୍ତି ସପନି

ମଣିଷର ତିନୋଟି ପ୍ରମୁଖ ଆବଶ୍ୟକତା ମଧ୍ୟରୁ ବାସସ୍ଥାନ ହେଉଛି ଅନ୍ୟତମ। ଯେଉଁଠି ସେ ନିଜକୁ ସୁରକ୍ଷିତ ମନେ କରେ। କିନ୍ତୁ ସେହି ବାସସ୍ଥାନ ଯଦି ବିପଦପୂର୍ଣ୍ଣ ତେବେ ରହିବ କେଉଁଠି?

ଢେଙ୍କାନାଳ ଜିଲ୍ଲାର ସଦର ବ୍ଲକ ମଧୁସାହୁପାଟଣା ପଞ୍ଚାୟତ ଭାଗୀରଥି ପୁରୁ (ଶବର ସାହି ) ର ସପନି ଦେହୁରୀଙ୍କ ପାଇଁ ଏବେ ତାଙ୍କ ଘର ତାଙ୍କ ପାଇଁ ଆଉ ବାସପୋଯୋଗୀ ହୋଇ ନାହିଁ।

ଝାଟିମାଟିର ଘରଟି କେଉଁ ଅମଳରୁ ଛପର ହୋଇ ନାହିଁ। ବର୍ଷା ପବନରେ ଘରର ଅବସ୍ଥା ଜରାଜୀର୍ଣ୍ଣ ହୋଇ ପଡିଛି। ତଥାପି ସେହି ଭଙ୍ଗାରୁଜା ଘରେ ପରିବାର ଧରି ରହିବାକୁ ପଡୁଛି। ମଜୂରୀ କରି ପେଟ ପୋଷୁଥିବା ସପନୀଙ୍କ ପାଇଁ ଘରର ମରାମତି କରିବା କଷ୍ଟକର ହୋଇ ପଡ଼ିଲାଣି।

ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ରାଲୋକ ଘରେ ପଡୁଛି। ଶୀତ କାକରରେ ଏବେ ବହୁତ କଷ୍ଟରେ ଦିନ କଟୁଛି। ଆଗକୁ ଗ୍ରୀଷ୍ମ, ଘରର ମରାମତି ପାଇଁ ସମ୍ବଳ ନାହିଁ କରିବେ କ’ଣ! ଘରେ ବୃଦ୍ଧ ବାପା, ଝିଅ ଓ ସ୍ତ୍ରୀ। ସେମାନଙ୍କ ଦୁଃଖ ଧନ୍ଦା ବୁଝୁ ବୁଝୁ ହାତ ଶୂନ୍ୟ। ପଞ୍ଚାୟତରେ ପ୍ରାୟ ବଡ଼ ବଡ଼ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଛି ହେଲେ ଏ ମଳି ମୁଣ୍ଡିଆର ଭଙ୍ଗା କୁଡିଆ ଉପରେ କାହାର ଦୃଷ୍ଟି ପଡୁ ନାହିଁ ବୋଲି ଦୁଃଖର ସହ କୁହନ୍ତି ସପନି।

ପ୍ରଶାସନ ପକ୍ଷରୁ ସପନିଙ୍କ ପାଇଁ ଆବାସ ଯୋଜନାରେ ଘର ଖଣ୍ଡିଏ ଦେବାକୁ ଅନୁରୋଧ।

new life
You might also like
error: Content is protected !!