News
WhatsApp Image 2023-10-04 at 17.25.00
samparksetu

୧୮୮ ଲିଟର ଦେଶୀ ମଦ ଜବତ ; ୧୧ ଗିରଫ !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅବକାରୀ ବିଭାଗ, ଜିଲ୍ଲା ମୋବାଇଲ ସ୍କ୍ୱାର୍ଡ ଓ କଟକ ଫ୍ଲାଇଙ୍ଗ ସ୍କ୍ୱାର୍ଡର ମିଳିତ ଚଢ଼ାଉରେ ୧୮୮ ଲିଟର ଦେଶୀ ମଦ ଜବତ କରାଯାଇଛି ।

ଏଥି ସହିତ ବିଭିନ୍ନ ସ୍ଥାନରୁ ୧୧ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ଆଳତୁମା ଗାଁର ଯୁଗଳ କିଶୋର ସାହୁ ,ପୁରୁଷୋତ୍ତମ ସାହୁ ,ବଡ଼ସୁଆଁଳୋ ଗାଁର ଅନ୍ତର୍ଯ୍ୟାମୀ ବେହେରା ,କୁମର ମଲ୍ଲିକ ,ବାଇସିଙ୍ଗାର ପ୍ରତିମା ନାଏକ, ବିକାଶ ନାଏକ , ବିଶ୍ଵନାଥ ନାଏକ , ମାଳପୁରା ଗାଁର ପ୍ରଦୀପ ନାଏକ ,ବିଜାଡିହର କଇଁତା ନାଏକ ,ଆଲୁଅଝରଣ ଗାଁର ଗଣେଶ୍ବର ନାଏକ ,ଓରିଙ୍ଗା ଗାଁର ସୁମନ୍ତ ସାହୁ । ସୂଚନା ଅନୁଯାୟୀ ,ଜିଲ୍ଲା ଅବକାରୀ ଅଧିକ୍ଷକ ମନୋଜ ସେଠୀଙ୍କ ନିର୍ଦ୍ଦେଶକ୍ରମେ କାମାକ୍ଷାନଗର ସବଡିଭିଜନର ବିଭିନ୍ନ ସ୍ଥାନରେ ମିଳିତ ଚଢ଼ାଉ କରାଯାଇଥିଲା ।

ତେବେ ଚଢ଼ାଉରେ କଙ୍କଡ଼ାହାଡ଼ ଥାନା ଭାଲୁଟାଙ୍ଗର ,ଡେଙ୍ଗାବାହାଳୀ ଗାଁ ନାଳ ନିକଟରୁ ୩ ହଜାର ୨ଶହ ମହୁଲ ପୋଚ ନଷ୍ଟ କରାଯାଇଥିଲା ।

ଦେଶୀ ମଦର ଭୂସ୍ବର୍ଗ ପାଲଟି ଥିବା କଙ୍କଡ଼ାହାଡ଼ ଓ ଭୁବନ ଅଞ୍ଚଳରେ ଅତର୍କିତ ଚଢ଼ାଉ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ଚଢ଼ାଉରେ କାମାକ୍ଷାନଗର ଅବକାରୀ ଅଧିକାରିଣୀଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

new life
You might also like
error: Content is protected !!