News
WhatsApp Image 2023-10-04 at 17.25.00
samparksetu

ଆସ ବୁଲିଯିବା ଭାଲୁଖିଆ ପର୍ଵତ ; ଉପଭୋଗ କରିବା ଶାଳ ଜଙ୍ଗଲ ସାଙ୍ଗକୁ ପଶାଖେଳ ବନ୍ଧର ସୌନ୍ଦର୍ଯ୍ୟ

ପ୍ରାକୃତିକ ସୌନ୍ଦର୍ଯ୍ୟରେ ପୂର୍ଣ୍ଣ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଭଳି ଉପାଦାନ ଭରା ଭାଲୁଖିଆ ପାହାଡ଼। ଶାଳବଣର ସବୁଜିମା ବଳୟ ଭିତରେ ଅବସ୍ଥିତ ଭାଲୁଖିଆ ଠାକୁରାଣୀଙ୍କ ମନ୍ଦିର। ଠାକୁରାଣୀଙ୍କ ନାମ ଅନୁସାରେ ପାହାଡ଼ର ନାମକ ହୋଇଛି। ନିକଟରେ ରହିଛି ପଶାଖେଳ ବନ୍ଧ। ବନ୍ଧରୁ ବାହାରିଥିବା ପାଣି ଝର ଝରଣା ପରି ପ୍ରତିୟମାନ ହୁଏ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଗୁନେଇବିଲି ପଞ୍ଚାୟତର ଏହି ସ୍ଥାନ ନିକଟ ଅଞ୍ଚଳର ଲୋକମାନଙ୍କର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବରେ ଜାଣାଶୁଣା।

ଜିଲ୍ଲା ସଦରମହକୁମା ଠାରୁ ପ୍ରାୟ ୩୦ କିଲୋମିଟର ଦୂର। ଢେଙ୍କାନାଳ-କାମାକ୍ଷାନଗର ପୂର୍ତ୍ତ ବିଭାଗ ରାସ୍ତାର ପଣ୍ଡୁଆ ଛକରୁ ମାର୍ଥାପୁର ରାସ୍ତାରେ ପଡେ ଏହି ସ୍ଥାନ। ମୁଖ୍ୟ ରାସ୍ତାରୁ ମନ୍ଦିର ପର୍ଯ୍ୟନ୍ତ ସଂଯୋଗ କରୁଥିବା ରାସ୍ତାଟି ପ୍ରତି କାହାର ଦୃଷ୍ଟି ପଡୁ ନହିଁ। ରାସ୍ତା ଖରାପ ଥିଲେ ବି ଲୋକମାନଙ୍କ ଆକୃଷ୍ଟ କମ ହୋଇ ନାହିଁ।

ଏହି ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀ ଭାବରେ ବିକଶିତ କରାଗଲେ ସ୍ଥାନୀୟ ବାସିନ୍ଦାଙ୍କର ଆର୍ଥିକ ବିକାଶ ହୋଇ ପାରିବ। ଏଥିପାଇଁ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବିମାନେ ପ୍ରକାଶ କରିଛନ୍ତି।

new life
You might also like
error: Content is protected !!