News
WhatsApp Image 2023-10-04 at 17.25.00
samparksetu

ଆଜି ବିଶ୍ୱ କର୍କଟ ଦିବସ

ବିଶ୍ୱରେ କର୍କଟ ରୋଗ ଏବେ ଆତଙ୍କ ସୃଷ୍ଟି କରିଛି । ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ ତଥ୍ୟ ଅନୁଯାୟୀ ପ୍ରତିଦିନ ଭାରତରେ ୧୩୦୦ ଲୋକ କର୍କଟ ରୋଗରେ ମୃତ୍ୟୁବରଣ କରନ୍ତି । ଭାରତରେ ପ୍ରତିବର୍ଷ ୩୦୦ ପ୍ରତିଶତ କର୍କଟ ରୋଗୀ ସୃଷ୍ଟି ହେଉଥିବା ନେସ୍‌ନାଲ୍‌ ହେଲ୍ଥ ପ୍ରୋଫାଇଲ୍‌ ଡାଟା ଅନୁଯାୟୀ ଜଣାପଡ଼ିଛି ।

ଓ୍ଵାର୍ଲଡ଼ ହେଲ୍ଥ ଅର୍ଗନାଇଜେସନ୍‌ ଅନୁଯାୟୀ ବିଶ୍ୱରେ ୨୦୧୮ ମସିହାରେ କର୍କଟରେ ପ୍ରାୟ ୯୬ ଲକ୍ଷ ଲୋକ ମୃତ୍ୟୁ ମୁଖରେ ପଡ଼ିଛନ୍ତି ।

ତେବେ କର୍କଟ ରୋଗ ଉପରେ ବିଜୟ ପ୍ରାପ୍ତ କରିହେବ ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି । ଏଥିପାଇଁ ଗବେଷକମାନେ ନୂଆ ବାଟ ଖୋଜି ପାଇଛନ୍ତି ।

ମନୁଷ୍ୟର ଥାଇମସ୍‌ ସେଲ୍‌ର ମାପକରଣ ଦ୍ୱାରା ଗବେଷକମାନେ ଚିକିତ୍ସା ଭିତ୍ତିକ ‘ଟି ସେଲ’ର ଉନ୍ନତିକରଣ କରିପାରିବେ । ଯାହାଦ୍ୱାରା ମନୁଷ୍ୟ ଦେହରେ ସୃଷ୍ଟ କର୍କଟ ଓ ଅନ୍ୟ ରୋଗକୁ ସହଜରେ ଚିକିତ୍ସା କରାଯାଇପାରିବ ।

ମନୁଷ୍ୟର ଜୀବନକାଳ ଦେଇ ଗତିକରୁଥିବା ଥାଇମସ୍‌ ଟିସୁକୁ ମାପ କରି ରୋଗ ପ୍ରତିଷେଧକ କୋଷ ‘ଟି ସେଲ’ର ଉତ୍ପତି ଓ ବିକାଶ ବିଷୟରେ ଜାଣିପାରିଛନ୍ତି । ଯଦ୍ୱାରା ଭବିଷ୍ୟତରେ କୃତ୍ତ୍ରିମ ପ୍ରତିଷେଧକ କୋଷ ‘ଟି ସେଲ’ ସୃଷ୍ଟି କରି କର୍କଟ ଭଳି ଭୟାନକ ରୋଗ ଉପରେ ବିଜୟ ଆଣିହେବ ।

ମାତ୍ର ବିଡ଼ମ୍ବନା ଯେ ଏହି ଥାଇମସ୍‌ ପିଲାମାନଙ୍କ ଠାରେ ପ୍ରବଳମାତ୍ରାରେ ସକ୍ରିୟ ଥାଏ । ମାତ୍ର ବୟସ ବଢ଼ିବ ସଙ୍ଗେ ସଙ୍ଗେ ଏହା କମିଯାଏ । ପ୍ରାୟ ୩୫ ବର୍ଷ ବୟସ ହେଲା ବେଳକୁ ଏହା ମନୁଷ୍ୟ ଦେହରୁ ସମାପ୍ତ ହୋଇଯାଇଥାଏ ।ଫଳରେ ମନୁଷ୍ୟ ଦେହରେ ବିଭିନ୍ନ ରୋଗ ଉତ୍ପତ୍ତି ହୋଇଥାଏ ।

ଯଦି ଗବେଷକମାନେ ମନୁଷ୍ୟ ଶରୀରରେ ଏହି‘ଟି ସେଲ’କୁ ପୁନର୍ବାର ସୃଷ୍ଟି  କରିପାରିବେ ତେବେ ଖାଲି କର୍କଟ ନୁହେଁ ମନୁଷ୍ୟ ଦେହେରେ ସୃଷ୍ଟି ହେଉଥିବା ବହୁ ଭୟଙ୍କର ରୋଗ ଉପରେ ବିଜୟପ୍ରାପ୍ତ କରିହେବ ।

new life
You might also like
error: Content is protected !!