News
WhatsApp Image 2023-10-04 at 17.25.00
samparksetu

ବାଲିଯୋରନ୍ଦା ମା’ କାମନା କାଳୀ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଉଦଯାପିତ

ଢେଙ୍କାନାଳ ଗଁଦିଆ ବ୍ଲକ ରାଇତଳା ପଞ୍ଚାୟତ ଅନ୍ତର୍ଗତ ବାଲିଯୋରନ୍ଦା କ୍ରୀଡା ପ୍ରାଙ୍ଗଣରେ ମା କାମନା କାଳୀ କ୍ରିକେଟ ଟୁର୍ନାମେଣ୍ଟ ଆଜି ଅଷ୍ଟମ ଦିନରେ ଉଦଯାପିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣ।ମେଣ୍ଟରେ ସ୍ଥାନୀୟ ଅଂଚଳର ଷୋହଳଟି ଟିମ୍ ଭାଗ ନେଇଥିଲେ ।

ଫାଇନାଲରେ ସନ୍ଥପୁରର ମା’ ସିଦ୍ଧ ପାଟରାଣୀ କ୍ରିକେଟ କ୍ଲବ ବିଜୟ ଲାଭ କରିଥିଲା । ଅନ୍ନପୂରର ଗୋଲଡେନ ଷ୍ଟାର କ୍ରିକେଟ ଟିମ୍ ବିକାଶ ଭୂୟାଁଙ୍କ ନେତୃତ୍ୱରେ ପ୍ରଥମେ ଟସ ଜିତି ୧୫ ଓଭରରେ ୮ ଉଇକେଟ ହରାଇ ୧୨୨ ରନ କରିଥିବା ବେଳେ ସନ୍ଥପୁରର ସତ୍ୟଜିତ କରଙ୍କ ନେତୃତ୍ୱରେ ବିଜୟୀ ଦଳ ୭ ଉଇକେଟ ହରାଇ ୧୨୩ ରନ ସଂଗ୍ରହ କରି ୩ ଉଇକେଟ ରେ ବିଜୟ ଲାଭ କରିଥିଲେ ।

ଅମ୍ପାୟାର ଭାବେ ଦୀପକ ସ୍ୱାଇଁ ଏବଂ ଅରବିନ୍ଦ ଦାସ କାର୍ଯ୍ୟ କରିଥିବା ବେଳେ ମୁନାରାଜ ପତି କମେଣ୍ଟ୍ରି ଏବଂ ବିଶ୍ୱରଂଜନ ପରିଡା ଓ ସୁରେଶ ନାୟକ ସ୍କୋରର ଭାବେ ହିସାବ ରଖିଥିଲେ ।ବିଜୟୀ ଦଳର ଚିନ୍ମୟ ପ୍ରସାଦ ସ୍ୱାଇଁ ମ୍ୟାନ ଅଫ ମ୍ୟାଚ ହୋଇଥିବା ବେଳେ ମହେଶ୍ୱର ସାହୁ ମ୍ୟାନ ଅଫ ସିରିଜ ଭାବେ ସମ୍ମାନିତ ହୋଇଥିଲେ ।

ଖେଳାଳି ମାନଙ୍କୁ ଉତ୍ସାହିତ କରିବାପାଇଁ ଅତିଥି ଭାବେ ସାମ୍ବାଦିକା ପୁଷ୍ପଲତା ସାମଲ, ସମାଜ ସେବୀ ତଥା ଆମ୍ ଆଦମୀ ପାର୍ଟିର ଜିଲ୍ଲା ଆବାହକ ପଙ୍କଜ ନାୟକ ଏବଂ ବାଲିଯୋରନ୍ଦା ଗ୍ରାମ ସଭାପତି ଚୈତନ୍ୟ ମହାନ୍ତି ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଶ୍ରୀ ଜଗନ୍ନାଥ ଅଗ୍ରୋଭେଟର ନିର୍ଦେଶକ ଶିଳ୍ପପତି ତଥା ସମାଜ ସେବୀ ଧୀରେନ୍ଦ୍ର କୁମାର ନାଥ (ଦିପୁ) ଯୋଗ ଦେଇଥିଲେ ।

ଏହି ଟୁର୍ଣ୍ଣ।ମେଣ୍ଟ ଆୟୋଜକ ଦଳ ବାଲିଯୋରନ୍ଦାର କୁନା ପରିଡା, ସୋମ୍ୟରଞ୍ଜନ ନାୟକ, ଜୟନ୍ତ ପାଣିଗ୍ରାହୀ, ରଶ୍ମିରଂଜନ ପରିଡା, କାଳନ୍ଦୀ ନାୟକ, ଅଜିତ ସ୍ୱାଇଁ, ଦୀପକ ବେହେରା, ଖଗେଶ୍ୱର ବାରିକ ରୁଦ୍ରନାରାୟଣ ନାୟକ ଙ୍କ ସହିତ ଶତାଧିକ ଗ୍ରାମବାସୀ ସହଯୋଗ କରିଥିଲେ ।

new life
You might also like
error: Content is protected !!