News
WhatsApp Image 2023-10-04 at 17.25.00
samparksetu

ଚିକିତ୍ସା ପାଇଁ ସହଯୋଗ ଲୋଡିଛନ୍ତି ବଳରାମ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଷଡଙ୍ଗୀ ପଞ୍ଚାୟତ ନୀଳକଣ୍ଠ ପୁର ଶାସନର ବଳରାମ ବିରୁଆ। ଆଦିବାସୀ ସମ୍ପ୍ରଦାୟର ଜଣେ ଦିନ ମଜୁରୀଆ, ମଜୁରୀ ଲାଗି ପରିବାର ପ୍ରତିପୋଷଣ କରନ୍ତି। ଗରିବ ହେଲେ ବି ହସଖୁସିରେ ଜୀବନ ଚାଲି ଆସିଥିଲା।

ଗତବର୍ଷ କରୋନା ଲକଡାଉନ ସମୟରେ ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ କଟକର ଜଣେ ହୃଦ ବିଶେଷଜ୍ଞ ପରାମର୍ଶ ଅନୁସାରେ ଔଷଧ ସେବନ କରିଥିଲେ। କରୋନା ପାଇଁ ଚିକିତ୍ସା ନପାଇ ପାରି ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

ଏ ଭିତରେ ବର୍ଷେ ପାଖାପାଖି ହେଲାଣି ହେଲେ ଛାତିର ଯନ୍ତ୍ରଣା ଉପଶମ ହେବାର ନା ଧରୁ ନାହିଁ। ଡାକ୍ତରଙ୍କ ସହ ଯୋଗାଯୋଗ ପରେ ଅପରେସନ ପାଇଁ ପରାମର୍ଶ ଦେଇଛନ୍ତି। ଅପରେସନ ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ବୋଲି ଜାଣିବା ପରେ ଆଶା ଆଶଙ୍କାରେ ଦିନ ବିତାଉଛନ୍ତି।

ପାଖରେ ତାଙ୍କର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ରହିଛି, କିନ୍ତୁ କାର୍ଡରେ ତୃଟି ରହିଛି।

ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ଯୋଗାଇ ଦିଆଗଲେ ଅସହାୟ ବଳରାମ ପରିବାରର ଖୁସି ଫେରି ଆସନ୍ତା।

new life
You might also like
error: Content is protected !!