News
WhatsApp Image 2023-10-04 at 17.25.00
samparksetu

ବଣିଆ ପଡ଼ା କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ଉଦଯାପିତ

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ର ବଣିଆ ପଡ଼ା ଗ୍ରାମରେ ଆଜି ରାଜା – ୧୧(ପୋଡ଼ା ପଡ଼ା) ଏବଂ ବୁଲେଟ -୧୧ (ବଳରାମ ପ୍ରସାଦ) ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା ।

ରାଜା -୧୧ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ଗୋଟି ଉଇକେଟ ହରାଇ ୧୩୨ ରନ ସଂଗ୍ରହ କରିଥିବାବେଳେ ବୁଲେଟ ୧୧ ମାତ୍ର ୧୨.୩ ଓଭର ଖେଳି ସମୁଦାୟ ୫୨ରନ କରି ତାର ସମସ୍ତ ୧୦ ଗୋଟି ଉଇକେଟ ହରାଇଥିଲା ।

ଚମ୍ପିୟାନ ରାଜା ୧୧ କୁ ଟ୍ରଫି ସହ ୧୦୦୦୧ ଟଙ୍କା ଏବଂ ରନରସ୍ ଅପ ବୁଲେଟ – ୧୧ କୁ ଟ୍ରଫି ସହ ୫୦୦୧ ଟଙ୍କା ଅତିଥି ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା ।

ଏହି ଉଦଯାପନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରେବତୀ ବେହେରା, ସମ୍ମାନିତ ଅତିଥି ଓଡ଼ାପଡ଼ା ସରପଞ୍ଚ ଶ୍ରୀ ସନ୍ତୋଷ ବେହେରା, ସମିତି ସଭ୍ୟ ଶ୍ରୀ ତପନ ବେହେରା, ବଣିଆ ପଡ଼ା ଗ୍ରାମ ସଭାପତି ଶ୍ରୀ ଶରତ ଚନ୍ଦ୍ର ମହାଭୋଇ, ଯୁବନେତା ଶ୍ରୀ ଶ୍ରୀଧର କରଣ, ୱାଡ଼ ମେମ୍ବର, ଅଙ୍ଗନବାଡ଼ି ଦିଦି ପ୍ରମୁଖ ଉପସ୍ଥିତ ଥିଲେ ।

new life
You might also like
error: Content is protected !!