News
WhatsApp Image 2023-10-04 at 17.25.00
samparksetu

ଓଡ଼ିଶାକୁ ରେଳ ବଜେଟରେ ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ଅଣଦେଖା

ଓଡ଼ିଶାକୁ କେନ୍ଦ୍ର ସରକାର ରେଳବାଇ ବଜେଟରେ ସବୁବେଳେ ଅଣଦେଖା କରିଆସିଛନ୍ତି । ଏବର୍ଷ ମଧ୍ୟ ସେହିପରି କେତେବେଳେ କେବଳ ବଜେଟରେ ଅର୍ଥ ଦେଖାଇ ଠିକ ସମୟରେ ଅର୍ଥ ମଞ୍ଜୁର ହେଉ ନାହିଁ ତ କେତେବେଳେ ଜମି ଅଧିଗ୍ରହଣ ହୋଇପାରୁନି । କେନ୍ଦ୍ର ଏବଂ ରାଜ୍ୟ ସରକାର ନିଜ ନିଜ ଭିତରେ ଆରୋପ ଦୋଷାରୋପ କରିଚାଲିଛନ୍ତି । ଅସୁବିଧା ଭୋଗୁଛନ୍ତି ଓଡ଼ିଶା ବାସୀ ।

ସେହିପରି ଅନୁଗୁଳ-ଢେଙ୍କାନାଳ ରୁ କଟକ ଯିବାପାଇଁ ଗୋଟିଏ ମାତ୍ର ରେଳ ଗାଡି ଚାଲୁଛି l ତାହା ମଧ୍ୟ ସକାଳେ ଯାଇ ସନ୍ଧ୍ୟାରେ ଫେରିବ l କଟକରେ ବଡ଼ ମେଡିକାଲ, ହାଇକୋର୍ଟ, ପୋଲିସ ମୁଖ୍ୟାଳୟ ପରି ଅତି ଆବଶ୍ୟକୀୟ କାର୍ଯ୍ୟାଳୟ ଗୁଡିକ ଥିବାବେଳେ ଆମ ଢେଙ୍କାନାଳ – ଅନୁଗୁଳ ଜନ ସାଧାରଣ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ତାଳଚେର-ବିମଳା ଗଡ଼ ରେଳ ଲାଇନ ଗତ ଅଠର ବର୍ଷରେ ମାତ୍ର ୧୮ କିମି ରେଳ ଲାଇନ କାମ ହୋଇଛି l ଏହି ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରୁ ରେଳ ବିଭାଗ ଅଧିକ ରାଜସ୍ବ ପାଉଥିବା ବେଳେ ଓଡିଶା ବାସୀଙ୍କ ପ୍ରତି ବୈମାତୃକ ମନୋଭାବ ଦୁର୍ଭାଗ୍ୟପୂର୍ଣ୍ଣ ।

ବିଭିନ୍ନ ଅନୁଷ୍ଠାନ ତରଫରୁ ବିଭିନ୍ନ ଗଣମାଧ୍ୟମରେ ପ୍ରତ୍ୟେକ ବର୍ଷ ଏହି ଦାବି ରେଳ ବଜେଟ ପୂର୍ବରୁ ପ୍ରଚାର ପ୍ରସାର ହେଉଥିବା ବେଳେ କେନ୍ଦ୍ର ସରକାର ଅଣଦେଖା କରିଆସୁଛନ୍ତି । ଏହି ମନୋଭାବକୁ ପରିବର୍ତ୍ତନ କରି ଓଡ଼ିଶା ବାସୀଙ୍କ ପାଇଁ ଅଧିକ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଜିଲ୍ଲା ଆବାହକ ପଙ୍କଜ ନାୟକ ଦାବି କରିଛନ୍ତି ।

✍️ ପଙ୍କଜ ନାୟକ

new life
You might also like
error: Content is protected !!