News
WhatsApp Image 2023-10-04 at 17.25.00
samparksetu

ମେ ୩ରୁ ମାଟ୍ରିକ ପରୀକ୍ଷା, ମାଧ୍ୟମିକ ଶିକ୍ଷା ପରିଷଦ ଜାରି କଲା ପରୀକ୍ଷା ସୂଚୀ

ମାଟ୍ରିକ ପରୀକ୍ଷା ନେଇ ମାଧ୍ୟମିକ ଶିକ୍ଷା ପରିଷଦର ବିଜ୍ଞପ୍ତି । ମେ ୩ରୁ ୧୫ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା । ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ପରୀକ୍ଷା ହେବା ନେଇ କାର୍ଯ୍ୟସୂଚୀ ଜାରି କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ଉଭୟ ରେଗୁଲାର ଏବଂ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଗୋଟିଏ ପ୍ରଶ୍ନପତ୍ର ରହିଥିବା ନେଇ ମଧ୍ୟ ସ୍ପଷ୍ଟ କରିଛି ବିଭାଗ ।

ମେ ୩ (ସୋମବାର) ଦିନ ପ୍ରଥମ ମାତୃଭାଷା ଓଡିଆ

ମେ ୫ (ବୁଧବାର) ୨ୟ ଭାଷା ଇଂରାଜୀ

ମେ ୭ (ଶୁକ୍ରବାର) ହିନ୍ଦୀ

ମେ ୮(ଶନିବାର) ସଂସ୍କୃତ

ମେ ୧୦ (ସୋମବାର)ଗଣିତ ପରୀକ୍ଷା

ମେ ୧୨(ବୁଧବାର) ବିଜ୍ଞାନ

ମେ ୧୫ (ଶନିବାର) ସାମାଜିକ ବିଜ୍ଞାନ

ଚଳିତବର୍ଷ ମାଟ୍ରିକ ଛାତ୍ରଛାତ୍ରୀମାନେ ମୋଟ ୮୦ ମାର୍କର ପରୀକ୍ଷା ଦେବେ । ଯେଉଁଥିରେ ଓଏମଆର ସିଟ ୫୦ ମାର୍କର ଅବଜେକଟିଭ ପରୀକ୍ଷା ହେବ । ଏଥିସହ ୩୦ ମାର୍କର ସବଜେକଟିଭ ପ୍ରଶ୍ନ ରହିବ । କିନ୍ତୁ ମୁଲ୍ୟାୟନ ହେବ ୧୦୦ ମାର୍କର ।

ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାଯୀ ୭. ୪୫ ରେ ପରୀକ୍ଷା କକ୍ଷରେ ପ୍ରବେଶ କରିବେ ଛାତ୍ରଛାତ୍ରୀ । ପରେ ସେମାନଙ୍କୁ ପ୍ରଶ୍ନପତ୍ର ବଣ୍ଟାଯିବ । ପ୍ରଥମେ ଛାତ୍ରଛାତ୍ରୀ ୮ଟାରୁ ୯ଟା ପର୍ଯ୍ୟନ୍ତ ଅବଜେକ୍ଟିଭ ପରୀକ୍ଷା ଦେବେ । ଏବଂ ପରବର୍ତ୍ତୀ ସମୟ ଅର୍ଥାତ ୯ଟାରୁ ୧୦ଟା ଭିତରେ ସବଜେକ୍ଟିଭ ପରୀକ୍ଷା ଦେବା ନେଇ ମାଧ୍ୟମିକ ଶିକ୍ଷା ପରଷଦ ବିଜ୍ଞପ୍ତି ଜାରି କରିଛି ।

new life
You might also like
error: Content is protected !!