News
WhatsApp Image 2023-10-04 at 17.25.00
samparksetu

ଛାତ୍ରଛାତ୍ରୀ ଙ୍କ ସୁରକ୍ଷା ନିମନ୍ତେ କଲେଜ କର୍ତ୍ତୃପକ୍ଷଙ୍କ ପଦକ୍ଷେପ

ସଡ଼କ ସୁରକ୍ଷା ମାସ ପାଳନ ହେଉଥିବା ବେଳେ, ଚାଳକଙ୍କ ସୁରକ୍ଷା ନିମନ୍ତେ ବିଭିନ୍ନ ପଦକ୍ଷେପ ନେଉଛନ୍ତି ସରକାର । ଅନ୍ୟପଟେ ଲାଇସେନ୍ସ ପ୍ରାପ୍ତ ନଥିବା ଚାଳକଙ୍କ ପାଇଁ ବିଭିନ୍ନ ନିୟମ ଥିବା ବେଳେ ଏହାକୁ ସମ୍ପୂର୍ଣ୍ଣ ଅଣଦେଖା କରୁଛନ୍ତି ଅଭିଭାବକ, ସେହିପରି କର୍ତ୍ତୃପକ୍ଷ ମଧ୍ୟ ନିୟମ କୁ ନିୟମ ଭିତରେ ରଖି ବସି ପଡିଛନ୍ତି ।

ହେଲେ ଏହି ନିୟମ କୁ ଏକ ନୂଆ ରୂପ ଦେଇଛନ୍ତି ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର କର୍ତ୍ତୃପକ୍ଷ । ପ୍ରାପ୍ତ ବୟସ ହୋଇନଥିବାରୁ ଲାଇସେନ୍ସ ପାଇ ନଥିବା କିଛି ଛାତ୍ରଛାତ୍ରୀ ଗାଡି ଧରି କଲେଜ କୁ ଆସୁଥିବା ବେଳେ ଅନ୍ୟପଟେ ହେଲମେଟ କୁ ସମ୍ପୂର୍ଣ୍ଣ ଅଣଦେଖା କରିଛନ୍ତି ।

ହେଲେ ଛାତ୍ରଛାତ୍ରୀ ଙ୍କ ସୁରକ୍ଷା ଦୃଷ୍ଟିରୁ ବିନା ହେଲମେଟ ଏବଂ ବିନା ଲାଇସେନ୍ସ ରେ ଆସିଥିବା ଛାତ୍ରଛାତ୍ରୀ ଙ୍କୁ ଆଜିଠାରୁ କଲେଜ ଭିତରକୁ ପ୍ରବେଶ କରାଇ ଦିଆଯାଉନାହିଁ । କଲେଜ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ଆଗରୁ ଏନେଇ ଛାତ୍ରଛାତ୍ରୀ ଙ୍କୁ ସୂଚନା ଦିଆଯାଇ ଅବଗତ କରାଯାଇଥିବା ବେଳେ ଆଜିଠାରୁ ଏହାକୁ କଡାକଡି ପାଳନ କରାଯାଉଛି।

ତେବେ ଏଭଳି ଏକ ପଦକ୍ଷେପ ଦ୍ୱାରା ବହୁମାତ୍ରାରେ ଦୁର୍ଘଟଣା ରୋକାଯାଇ ପାରିବି ବୋଲି ଆଶା କରାଯାଉଛି ।

new life
You might also like
error: Content is protected !!