News
WhatsApp Image 2023-10-04 at 17.25.00
samparksetu

ଆଜି ପ୍ରେମୀଯୁଗଳ ପାଳନ କରୁଛନ୍ତି ଟେଡି ଡେ

ଫେବ୍ରୁଆରୀ ଆସିଲେ ପ୍ରେମୀ ଯୁଗଳ ଉତ୍ସାହିତ ହୋଇପଡନ୍ତି। କେମିତି ଭାଲେଣ୍ଟାଇନ ୱିକ ପାଳନ କରିବେ ତାକୁ ନେଇ ଅନେକ ପ୍ଲାନିଂ କରିଥାନ୍ତି। ପ୍ରେମ ସପ୍ତାହ ତ ୭ ତାରିଖରୁ ଆରମ୍ଭ ହୋଇଯାଇଛି।

ପ୍ରଥମ ଦିନରେ ରୋଡ ଡେ, ଦ୍ବିତୀୟ ଦ୍ବିନରେ ପ୍ରପୋଜ ଡେ ଆଉ ୩ୟ ଦିନରେ ଚକୋଲେଟ ଡେ ପରେ ଆଜି ଅର୍ଥାତ୍ ଚତୁର୍ଥ ଦିନରେ ପ୍ରେମୀଯୁଗଳ ପାଳନ କରୁଛନ୍ତି ଟେଡି ଡେ।

ଫେବ୍ରୁଆରୀ ମାସର ୧୪ ତାରିଖକୁ ଭାଲେଣ୍ଟାଇନ୍ ଡେ ଭାବେ ପାଳନ କରାଯାଉଥିବା ବେଳେ ୧୦ ତାରିଖକୁ ଟେଡି ବିୟର ଡେ ଭାବେ ପାଳନ କରାଯାଏ । ଏହିଦିନ ପ୍ରେମିକମାନେ ନିଜ ପ୍ରେମିକାଙ୍କୁ ଉପହାରରେ ଟେଡି ଦେଇ ସେମାନଙ୍କୁ ନିଜ ଭଲ ପାଇବା ଦର୍ଶାଇଥାନ୍ତି।

ଆପଣ ବି ଯଦି କାହାକୁ ପସନ୍ଦ କରୁଛନ୍ତି ଓ ଭାଲେଣ୍ଟାଇନ୍ ସପ୍ତାହରେ ତାଙ୍କୁ ଉପହାର ଦେବାକୁ ଚାହୁଁଛନ୍ତି ତେବେ ସାଥୀଙ୍କ ପ୍ରିୟ ରଙ୍ଗର ଟେଡି ଦିଅନ୍ତୁ। ଟେଡି ଦେବା ବେଳେ ସବୁବେଳେ ତା’ ଉପରେ କ’ଣ ଲେଖାଯାଇଛି, ତାହା ଉପରେ ଧ୍ୟାନ ଦେବେ। ଯେଉଁ ଟେଡି ଉପରେ ଆଇ ଲଭ୍ ୟୁ ଲେଖାଯାଇଛି କେବଳ ସେହି ଟେଡିକୁ ହିଁ ଆପଣ ପ୍ରିୟତମାଙ୍କୁ ଦିଅନ୍ତୁ। ସେ ଆପଣଙ୍କ ମନର କଥା ନିଶ୍ଚୟ ବୁଝିପାରିବେ।

new life
You might also like
error: Content is protected !!