News
WhatsApp Image 2023-10-04 at 17.25.00
samparksetu

ଆସ ବୁଲିଯିବା ଯୋରନ୍ଦା ସ୍ଥିତ ଡୁଗୁରି ପାହାଡ଼ ; ଦର୍ଶନ କରିବା ଶ୍ରୀ ହନୁମାନ ଜୀଉ ଙ୍କୁ

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ଡୁଗୁରି ପାହାଡ଼ ଉପରେ ହାରାହାରି ଶହେ ବର୍ଷରୁ ଉର୍ଦ୍ଧ୍ୱ ହେବ ଶ୍ରୀ ଜୀଉ ହନୁମାନଙ୍କୁ ଅଯୋଧ୍ୟା ଦାସ ନାମକ ଜଣେ ବାବା ସେହି ଗ୍ରାମର ସଚ୍ଚିଦାନନ୍ଦ ତ୍ରିପାଠୀ, ଗୌରାଙ୍ଗ ଚରଣ ରାଉତ ପ୍ରମୁଖଙ୍କୁ ନେଇ ଏହି ପାହାଡ଼ ଉପରେ ହନୁମାନଙ୍କ ପୂଜାର୍ଚ୍ଚନା କରିଆସୁଥିଲେ ।

ବଡ଼ ବଡ଼ ପଥର ଖୋଲ ଭିତରେ ହନୁମାନଙ୍କୁ ସ୍ଥାପନା କରି ପୂଜା କରୁଥିଲେ , ଯେତେବେଳେ ଜଙ୍ଗଲରେ ବନ୍ୟ ଜନ୍ତୁ ମାନଙ୍କ ଖୁବ ଭୟ ଥିଲା ।

ଶ୍ରୀ ଡମ୍ବରୁଧର ରାଉତ କୁହନ୍ତି ଥରେ ପ୍ରାୟ ପଚିଶ ଫୁଟ ଲମ୍ବା ଗୋଟିଏ ସର୍ପ ଭକ୍ତ ମାନଙ୍କ ଉପରେ ଆକ୍ରମଣ କରିଥିଲା । ସେତେବେଳେ ଅଚାନକ ଖଣ୍ଡିଏ ବଡ଼ ପଥର ଖଣ୍ଡ ସେହି ସର୍ପ ଉପରେ ଖସି ପଡିଲା ଏବଂ ସର୍ପର ମୃତ୍ୟ ହୋଇଥିଲା ।ଏହିପରି ଅନେକ କିମ୍ବଦନ୍ତୀ ରହିଛି ।

ସେହି ପରମ୍ପରା ଅନୁସାରେ ଏବେ ପ୍ରତ୍ୟେକ ଦିନ ଶ୍ରୀ ଜୀଉ ହନୁମାନଙ୍କୁ ପୂଜା କରାଯାଉଥିବା ବେଳେ ପ୍ରତ୍ୟେକ ସଂକ୍ରାନ୍ତି ରେ ହୋମ ଯଜ୍ଞ ହୋଇଥାଏ । ମକର ସଂକ୍ରାନ୍ତି ରେ ତିନି ଦିନ ପର୍ଯ୍ୟନ୍ତ ବିଶ୍ୱ ଶାନ୍ତି ମହlଜଜ୍ଞ ର ଆୟୋଜନ କରାଯାଉଛି । ସ୍ଥାନୀୟ ମହିଳା ପୁରୁଷ ମାନେ ପାଞ୍ଚ କିଲୋମିଟର ଦୂର ଡଉଁରୀ ଯୋରରୁ ପାଣି ଆଣିବା ପାଇଁ କଳସ ଯାତ୍ରା କରିଥାନ୍ତି ।

ପାଞ୍ଚ ଜଣ ବାବା/ ବ୍ରାହ୍ମଣ ଏଥିରେ ଭାଗ ନିଅନ୍ତି । ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମ ପୀଠ କୁ ହଜାର ହଜାର ଭକ୍ତଙ୍କ ସମାଗମ ହେଉଥିବା ବେଳେ ଏହି ରାମନୀୟ ସ୍ଥାନରେ ଶ୍ରୀ ଜୀଉ ହନୁମାନ ଙ୍କୁ ମଧ୍ୟ ଦର୍ଶନ କରିଥାନ୍ତି ।ଏହି ମହାଯଜ୍ଞ ରେ ଆଖପାଖର ପ୍ରାୟ ଦଶଟି ପଂଚାୟତ ର ହଜାର ହଜାର ଭକ୍ତଙ୍କ ସମାବେଶରେ ଅଞ୍ଚଳ ଟି ଲୋକରଣ୍ୟ ହୋଇ ଉଠେ ,ଶେଷ ଦୁଇ ଦିନ ଭଣ୍ଡାର ଲାଗି ହୁଏ ।

ସେଥିରେ ସମସ୍ତ ଭକ୍ତ ମାନେ ପ୍ରସାଦ ସେବନ କରନ୍ତି , ସ୍ଥାନୀୟ ଲୋକ ମାନଙ୍କର ଦାନ ଦକ୍ଷିଣା ରେ କିଛି ପାହାଚ ତିଆରି ହୋଇଛି। ସ୍ବେଛାସେବୀ ମାନଙ୍କ ସହାୟତାରେ ବିଦ୍ୟୁତ ଖୁଣ୍ଟ ପୋତା ଯାଇଥିବା ବେଳେ ଆଗକୁ ପାଣି ଏବଂ ବିଦ୍ୟୁତ ର ଅଡୁବିଧା କୁ ପ୍ରଶାସନ ଦ୍ୱାରା ଦୂର କରାଗଲେ , ଏହି ପର୍ଯ୍ୟଟନ ସ୍ଥଳଟି ନିଶ୍ଚୟ ଲୋକ ଲୋଚନକୁ ଆସିପାରିବ ।

new life
You might also like
error: Content is protected !!