News
WhatsApp Image 2023-10-04 at 17.25.00
samparksetu

ଶେଷ ହେଲା ପରଜଙ୍ଗ ଉପନିର୍ବାଚନ ; ଭୋଟ ବାକ୍ସରେ ବନ୍ଦ ପ୍ରାର୍ଥୀଙ୍କ ଭାଗ୍ୟ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନମଣ୍ଡଳୀ ୩ ନଂ ଜୋନ୍ ଜିଲ୍ଲାପରିଷଦ ଉପନିର୍ବାଚନ ଓ ଜୟପୁରାକାଟେଣୀ ପଞ୍ଚାୟତ ସରପଞ୍ଚ ପଦବୀ ପାଁଇ ଆଜି ସକାଳ ୭ଟା ରୁ ମତଦାନ ଆରମ୍ଭ ହୋଇଯାଇଥିଲା । ଏଥିପାଇଁ ପ୍ରାର୍ଥୀ ଓ ଭୋଟର ଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଥିଲା , ତେବେ ୩ନଂ ଜିଲ୍ଲାପରିଷଦ ପ୍ରାର୍ଥୀ ରୂପେ ବିଜେଡି ର ମମତା ପାଣି, ବିଜେପି ର ପ୍ରଶାନ୍ତ ବିଶ୍ଵାଳ ଓ କଂଗ୍ରେସ ପକ୍ଷରୁ ହିମାଂଶୁ ଶେଖର ପଣ୍ଡା ମଇଦାନରେ ଛିଡା ହୋଇଛନ୍ତି।

ସେହିପରି ଜୟପୁରାକାଟେଣୀ ସରପଞ୍ଚ ପଦବୀ ପାଁଇ ଦୁଇ ପ୍ରାର୍ଥୀ ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଛି। ଏହି ମତଦାନ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଗ୍ରହଣ କରାଯାଇଥିଲା ।

ଏଥିପାଇଁ ୩ନଂ ଜୋନ୍ ର ୮ଟି ପଞ୍ଚାୟତ ରେ ୩୪୮୩୪ ଜଣ ଭୋଟର ଙ୍କ ମତଦାନ ପାଇଁ ୧୦୯ଟି ବୋଥ ନିର୍ଦ୍ଧାରଣ ହୋଇଥିବା ବେଳେ ଜୟପୁରାକାଟେଣୀ ପଞ୍ଚାୟତ ଉପନିର୍ବାଚନ ପାଁଇ ୧୧ଟି ବୁଥ୍ ନିର୍ଦ୍ଧାରିତ ହୋଇଥିଲା ।

ସେପଟେ ଶାନ୍ତିଶୃଙ୍ଖଳା ବଜାଇ ରଖିବା ପାଇଁ ସମସ୍ତ ବୁଥ ରେ ବ୍ୟାପକ ପୁଲିସ ମୁତୟନ କରଯାଇଥିଲା , ଏହା ସହ ଅଧିକ ରୁ ଅଧିକ ଭୋଟର କିଭଳି ନିଜର ମତ ଦାନ କରିପାରିବେ ସେଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ଏବେ ଦେଖିବାକୁ ବାକି ରହିଲା କିଏ କରୁଛି ବାଜିମାତ ।

new life
You might also like
error: Content is protected !!