News
WhatsApp Image 2023-10-04 at 17.25.00
samparksetu

ଓଡିଶା ଗ୍ରାମ୍ୟବ୍ୟାଙ୍କ ଦଦରାଘାଟି ଶାଖାରୁ ତାଲା ଭାଙ୍ଗି ଲୁଟ୍ ଅଭିଯୋଗ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର କୁଆଳୁ ପଞ୍ଚାୟତ ଓଡିଶା ଗ୍ରାମ୍ୟବ୍ୟାଙ୍କ ଦଦରାଘାଟି ଶାଖାରୁ ଲୁଟ୍ ଅଭିଯୋଗ ।
ପରମହଂସପୁର ଛକଠାରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଗୁରୁବାର ବିଳମ୍ବିତ ରାତିରେ ଲୁଟ୍ ହୋଇଥିବା ଜଣାପଡିଛି । ଶୁକ୍ରବାର ବ୍ୟାଙ୍କ କାର୍ଯ୍ୟାଳୟ ଖୋଲିଲା ବେଳକୁ ମୁଖ୍ୟ ଫାଟକ ଖୋଲାଥିବା ଦେଖିବାକୁ ମିଳିଥିଲା । ଫଳରେ ଚୋରି ହୋଇଥିବା ସନ୍ଦେହ କରି ବ୍ୟାଙ୍କ ମ୍ୟାନେଜର ପରଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ପ୍ରାଥମିକ ତଦନ୍ତ ଅନୁଯାୟୀ ବ୍ୟାଙ୍କର ତାଲା ଭାଙ୍ଗି ମୋଟ୍ ୧୨ ହଜାର ଟଙ୍କାର ଚିରା ନୋଟ ଦୁର୍ବୃତ୍ତ ନେଇଯାଇଥିବା ଦଦରାଘାଟି ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଲୁଟ ସମ୍ପର୍କରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

new life
You might also like
error: Content is protected !!