News
WhatsApp Image 2023-10-04 at 17.25.00
samparksetu

ଆସିଛି ପ୍ରେମ ଋତୁ

ଆସିଛି ପ୍ରେମଋତୁ
ସଭିଙ୍କର ମନ କୁତୁକୁତୁ।୦।
ଚାରିଆଖି ହେଲେ ମିଳନ
ଚାଲିଆସେ ପ୍ରେମଫଗୁଣ
ସପନର ହୁଏ ମେଲଣ
ରଙ୍ଗ ଭରା ଲାଗେ ଜୀବନ
ପ୍ରେମତ ଶାସ୍ଵତ ନୁହେଁତ ଦୈହିକ
ଦେହଧର୍ମୀ ପ୍ରେମ ଦେଇଥାଏ ଦୁଃଖ
ପଵିତ୍ର ପ୍ରେମରେ ଏ ମନ ମାତୁ।୧।

ପ୍ରେମରେ ରହିଲେ ସର୍ତ୍ତ
ଛଳନା ସନ୍ଦେହ ସ୍ଵାର୍ଥ
ପ୍ରେମ ରହେନାହିଁ ଅତୁଟ
ଜୀବନଟା ଲାଗେଯେ ଵ୍ଯର୍ଥ
ପ୍ରେମ ଦୃଢ଼ ଥିଲେ ଜୀବନଯୁଦ୍ଧରେ
ଵିଜୟ ନିଶ୍ଚୟ ପ୍ରତିଟି କ୍ଷେତ୍ରରେ
ପ୍ରେମରେ ପ୍ରେମରେ ଜୀବନ ଵିତୁ।୨।

new life
You might also like
error: Content is protected !!