ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଜୋନ- ୩ ଜିଲ୍ଲା ପରିଷଦ ଉପନିର୍ବାଚନ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ବିଜେଡି ପ୍ରାର୍ଥୀ ମମତା ପାଣି ବିପୁଳ ଭୋଟରେ ବିଜୟଲାଭ କରିଛନ୍ତି ସେହିଭଳି ଜୟପୁରା କାଟେଣୀ ପଞ୍ଚାୟତ ଉପନିର୍ବାଚନରେ ସରପଞ୍ଚ ଭାବେ ରୋଜାଲିନ କାଣ୍ଡି ମଧ୍ୟ ବିଜୟ ମୁକୁଟ ପିନ୍ଧିଛନ୍ତି ।
ବିପୁଳ ପରିମାଣର ବିଜୟ ଲାଭ ପରେ ପରଜଙ୍ଗ ବିଜେଡି କର୍ମୀଙ୍କ ମନ ରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି ।
ଅନ୍ୟପଟେ ମୟୂରଭଞ୍ଜ ସାରସକଣା ୫୬ ନମ୍ବର ଜୋନ୍ରେ ବିଜୁ ଜନତା ଦଳ ର ପ୍ରାର୍ଥୀ ତୁଷାରେନ୍ଦୁ ମହାନ୍ତ ବିଜୟୀ ୧୦,୪୨୩ ଭୋଟ୍ରେ ବିଜୟୀ ହୋଇଛନ୍ତି ।