News
WhatsApp Image 2023-10-04 at 17.25.00
samparksetu

ସେକସନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବିଜୟୀ ଟ୍ରଫି ନେଲା ହିନ୍ଦୋଳ

ଗତ ୬ ଫେବୃୟାରୀ ୨୦୨୧ ରୁ ହିନ୍ଦୋଳ ଏନ୍ଏସି ୮ନଂ ଓ୍ଵାର୍ଡ ମୀରାବଜାର ଦ୍ବାରା ଆୟୋଜିତ ସେକସନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରଫାଇନାଲ ମ୍ୟାଚ ଆଜି ୧୪ ଫେବୃୟାରୀ ରେ ଉଦଯାପନ ହୋଇଯାଇଛି ।

ଉଦଯାପନୀ ମ୍ୟାଚରେ ହିନ୍ଦୋଳ ଲଗାନ ଏକାଦଶ ସହିତ ହିନ୍ଦୋଳ ଦୁଦୁରକୋଟ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆଜି ଫାଇନାଲ ମ୍ୟାଚରେ ମୂଖ୍ଯ ଅତିଥି ଭାବେ ମନୋରଞ୍ଜନ ସାହୁ,ମୂଖ୍ୟବକ୍ତା ଭାବେ ମୀରାବଜାର ପୂଜା କମିଟି ସମ୍ପାଦକ ପ୍ରତାପ ଦାସ ସମ୍ମାନିତ ଅତିଥି ଭାବେ ବିଜୟ କୁମାର ବେହେରା,ପୂଜା କମିଟି ସଭାପତି ସନ୍ତୋଷ ମହାପାତ୍ରା ,ସାମ୍ଵାଦିକ ନିମେଇଁ ଚରଣ ସାମଲ,ସୁବାଷ ସାହୁ,କ୍ଷିତୀଶ ଆଚାର୍ଯ୍ଯ,ପୂର୍ଣ୍ଣଚନ୍ଦ୍ର ବେହେରା, ଶେଷଦେବ ସାହୁ,ଶ୍ରୀମନ୍ତ ବାରିକ,ସମୀର ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ହିନ୍ଦୋଳ ଲଗାନ ଏକାଦଶ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୧୫ଓଭର ବିଶିଷ୍ଟ ମ୍ୟାଚରେ ୪ ଓ୍ଵିକେଟ ହରାଇ ୧୬୦ ରନ କରିଥିଲା ।

ଦୁଦୁରକୋଟ ୭ଓ୍ଵିକେଟ ରେ ୧୦୧ ରନ କରି ପରାଜୟ ହୋଇଥିଲା ।ଉକ୍ତ ମ୍ୟାଚକୁ ଦିଲିପ କୁମାର ନାୟକ ଓ ଅରବିନ୍ଦ ସାହଙ ପରିଚାଳନା କରିଥିବା ବେଳେ ଧାରାବିବରଣୀ ଶ୍ରୀକାନ୍ତ ବାରିକ ଓ ତାଳଚେର ଓ ମାଷ୍ଟର ଟିକନ ବେହେରା ଦେଇଥିବା ବେଳେ ସ୍କୋରର ମନ୍ମଥ ମସାମଲ ଓ ତୋଫାନ ବେହେରା ଥିଲେ ।ମାଷ୍ଟର ଟିକନ ବେହେରାଙ୍କ ଦେଶୀ ଭାଷାରେ ଧାରା ବିବରଣୀ ଖେଳାଳୀ ସହିତ ଦର୍ଶକଙ୍କ ମନ ମୋହିଥିଲା ।

ମ୍ୟାଚରେ ଡ୍ରିଙ୍କବ୍ରେକ ଦାୟିତ୍ୱ ସନ୍ତୋଷ ବେହେରା ବହନ କରିଥିବା ବେଳେ ଖାଦ୍ୟପାନୀୟ ସୁଧିର ରାଉତ ତୁଲାଇଥିଲେ ।ଶେଷରେ ପୁରଷ୍କାର ବିତରଣ ମୂଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା କରାଯାଇଥିଲା ।

ବ୍ୟାଟସମ୍ୟାନ ଅଫ ଟୁର୍ଣ୍ଣାମେଣ୍ଟ ଓ ମ୍ୟାନ ଅଫ ଦି ସିରିଜ ଦୁଦୁରକୋଟ ଜଗମୋହନ,ବୋଲର ଅଫର ଟୁର୍ଣ୍ଣାମେଣ୍ଟ ଲଗାନ ଏକାଦଶ ଦେବୀ ପ୍ରସାଦ ଦାସ,ମ୍ୟାନ ଅଫ ଦ ମ୍ୟାଚ ଲଗାନ ଏକାଦଶ ବିକାଶ ବେହେରା, ରନର୍ସ ଅଫ ଦୁଦୁରକୋଟ ଟ୍ରଫି ସହିତ ୬ହଜାର ଟଙ୍କା ,ଚମ୍ପିୟାନ ହିନ୍ଦୋଳ ଲଗାନ ଏକାଦଶ ୬ଫୁଟର କପ ସହିତ ୧୨ହଜାର ଟଙ୍କା ପୁରଷ୍କାର ପାଇଥିଲେ ।ମୂଖ୍ୟ ଅତିଥି ମନୋରଞନ ଚମ୍ପିୟାନ ଟ୍ରଫି ନିଜେ ନ ଦେଇ ଦିବଙ୍ଗତ ଶେଖସନଙ୍କ ବଡଭାଇ ଶେଖବାବୁଙ୍କ ଦ୍ଵାରା ପୁରଷ୍କୃତ କରିଥିଲେ । ୬ଫୁଟର ଚମ୍ପିୟାନ ଟ୍ରଫି ହିନ୍ଦୋଳ ତୁଳସୀ ଇଣ୍ଡଷ୍ଟ୍ରୀ ତରଫରୁ ସଂଗ୍ରାମ କେଶରେ ବେହେରାଙ୍କ ସୌଜନ୍ୟରେ ପ୍ରଦାନ କରାଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ବେଷ୍ଟ ଭୋଲାଣ୍ଟିୟର ୯ଜଣ ଯୁବକ ଓ ଖେଳପଡିଆ ପ୍ରସ୍ତୁତ ପାଇଁ ୨ଜଣ ପୁରଷ୍କୃତ ହୋଇଥିଲେ ।୬ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ଶ୍ରୀମନ୍ତ ବାରିକ ଓ ଅରବିନ୍ଦ ସାହୁ ସହଯୋଗୀଙ୍କ ସହାୟତାରେ କରିଥିଲେ ।ଆଜି ଫାଇନାଲରେ ୬ଫୁଟର କପ ଓ ଧାରାବିବରଣୀକାର ମାଷ୍ଟର ଟିକନ ଆକର୍ଷଣର ବିନ୍ଦୁ ପାଲଟିଥିଲେ ।

ମାଷ୍ଟର ଟିକନଙ୍କ ଧାରାବିବରଣୀ ପାଇଁ ସମ୍ମାନିତ ଅତିଥି ନିରଞନ ସାହୁଙ୍କ ଦ୍ବାରା ଉପଢୌକନୀ ଦେଇ ସମ୍ମାନିତ କରାଯାଇଥିଲା । ଶ୍ରୀକାନ୍ତ ବାରିକ କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

new life
You might also like
error: Content is protected !!