News
WhatsApp Image 2023-10-04 at 17.25.00
samparksetu

ସ୍ତ୍ରୀଙ୍କ ସହ ଝଗଡା ହେବା ପରେ ; ବିଚ୍ ରାସ୍ତାରେ ହାତ କାଟିଲା ସ୍ୱାମୀ !

ବିଚ୍ ରାସ୍ତାରେ ହାତ କାଟିଲା ସ୍ୱାମୀ । ସ୍ତ୍ରୀଙ୍କ ସହ ଝଗଡା ହେବା ପରେ ଏବଳି ଉନ୍ମତକାଣ୍ଡ ଘଟାଇଛନ୍ତି ଯୁବକ । ଢେଙ୍କାନାଳ ସହରର ବସଷ୍ଟାଣ୍ଡ ଛକ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ନିଜ ହାତକୁ କାଟି ଆତ୍ମହତ୍ୟା ଉଦ୍ୟମ କରିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଟାଉନ୍ ପୋଲିସ ଉଭୟଙ୍କୁ ଉଦ୍ଧାର କରିଛି । ଆହତ ଯୁବକଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ଆହତ ଯୁବକ ବେଚେଆ ଗ୍ରାମର ବେଶାଲିଆ ର ଜ୍ଞାନ ମହାପାତ୍ର ।
ଜ୍ଞାନ ୪ ବର୍ଷ ପୂର୍ବେ ଖଜୁରିଆ କଟା ଗ୍ରାମର ରିମି ଶତପଥୀଙ୍କୁ ପ୍ରେମ ବିବାହ କରିଥିଲେ । ରିମି ଢେଙ୍କାନାଳ ସହରରେ ଏକ ଟିଭି ଶୋ କାମ କରନ୍ତି । ତେବେ ପତ୍ନୀ ରିମିଙ୍କ ଚରିତ୍ରକୁ ସନ୍ଦେହ କରି ଉଭୟଙ୍କ ମଧ୍ୟରେ ବଚସା ହେବାରୁ ଏଭଳି କାଣ୍ଡ ଘଟାଇଥିବା ଅନୁମାନ କରାଯାଇଛି । ଉଭୟଙ୍କୁ ଟାଉନ ଥାନାରେ ଅଟକ ରଖି ପୋଲିସ ତଦନ୍ତ କରୁଛି ।

new life
You might also like
error: Content is protected !!