News
WhatsApp Image 2023-10-04 at 17.25.00
samparksetu

ନିର୍ମାଣଧିନ ଶେତୁ କାର୍ଯ୍ୟରେ ନିୟୋଜିତ ଶ୍ରମିକ ର ମୃତଦେହ ଉଦ୍ଧାର !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଶାଳପଡ଼ା ନିକଟରେ ବ୍ରାହ୍ମଣୀନଦୀ ରୁ ଆଜି ଏକ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ବିହାର ରାଜ୍ୟ ର ଆକାଶ କୁମାର (୨୧) ।

ସୂଚନା ଅନୁଯାୟୀ , ଭୁବନ ଦିଘୀ ପଞ୍ଚାୟତ ର କାଳୁରିଆ ଗାଁ ଠାରୁ ଗଁଦିଆ ବ୍ଳକ୍ କାଲୁରିଆ ପର୍ଯ୍ୟନ୍ତ ବ୍ରାହ୍ମଣୀ ନଦୀ ଉପରେ ଶେତୁ ନିର୍ମିତ ହେଉଛି । ଯୁବକ ଜଣଙ୍କ ଏହି ଶେତୁ କାର୍ଯ୍ୟରେ ନିୟୋଜିତ ଥିଲେ । ସେ ଗତକାଲି ଠାରୁ ନିଖୋଜ ଥିବା ବେଳେ ଆଜି ତାଙ୍କର ମୃତ ଦେହ ନିର୍ମାଣଧିନ ଶେତୁ ଠାରୁ ୧୦୦ ମିତ୍ର ଦୁରରୁ ଉଦ୍ଧାର କରାଯାଇଛି ।

ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ୍ ପହଁଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

new life
You might also like
error: Content is protected !!