News
WhatsApp Image 2023-10-04 at 17.25.00
samparksetu

ସେନା ରେ ଭର୍ତ୍ତି ହେବା ପାଇଁ କରୁଥିଲେ ପ୍ରସ୍ତୁତି ; ଅକାଳରେ ଚାଲିଗଲା ଜୀବନ !

ଦେଶ ପାଇଁ ଲଢ଼ିବା ଭାଗ୍ୟରେ ଥିଲେ ମିଳେ । ସେନାରେ ଭର୍ତ୍ତି ହେବା ର ସୌଭାଗ୍ୟ ସମସ୍ତଙ୍କ ଭାଗ୍ୟରେ ନଥାଏ । ସେନା ବାହିନି ନାଁ ନେବା ବେଳେ ଶରୀର ଶିହରୀ ଉଠେ । ସେନା ବାହିନୀର ଯୋଗଦେବା ପାଇଁ କର୍ତ୍ତୃପକ୍ଷ ଯୁବପୀଢ଼ିଙ୍କୁ ସବୁ ବେଳେ ଉତ୍ସାହିତ କରିଥାନ୍ତି ।

ହିନ୍ଦୋଳ ବ୍ଲକ ଠୋକର ସାମଲର ଦିବାକର ସାମଲଙ୍କ ପୁଅ ଚିନୁ ସାମଲ (୨୪) ସେନା ବାହିନୀରେ ଯୋଗ ଦେଇ ଦେଶପାଇଁ ଲଢ଼ିବା କୁ ପ୍ରସ୍ତୁତି ଚଳାଇଥିଲେ, ହେଲେ ସାଥ ଦେଇନଥିଲା ଭାଗ୍ୟ । ପ୍ରସ୍ତୁତି ଚାଲିଥିବା ବେଳେ ହଠାତ ଅସୁସ୍ଥ ହୋଇପଡିଥଲେ ଚିନୁ ଚିକିତ୍ସା ନିମନ୍ତେ ନିକଟସ୍ଥ ମେଡ଼ିକାଲ ନିଆଯାଇଥିବା ବେଳେ ପରେପରେ ଭୁବନେଶ୍ୱର ର ଏକ ମେଡ଼ିକାଲ ନିଆଯାଇଥିଲା ହେଲେ ଅଧୁରା ରହିଗଲା ସ୍ବପ୍ନ ଆଉ ନଥିଲେ ଚିନୁ , ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ଘଟିଛି ।

new life
You might also like
error: Content is protected !!