News
WhatsApp Image 2023-10-04 at 17.25.00
samparksetu

ରାଜ୍ୟ ସ୍ତରୀୟ ଥ୍ରୋ ବଲ ଚମ୍ପିୟାନସିପ ପାଇଁ ୨୫ ରେ ଜିଲ୍ଲା ଦଳ ଚୟନ ପ୍ରକ୍ରିୟା

ଚଳିତ ବର୍ଷ ଫେବୃଆରୀ ୨୭, ୨୮ ଓ ମାର୍ଚ୍ଚ ୧ ତାରିଖ ତିନି ଦିନ ଧରି ଯାଜପୁର ସ୍ଥିତ ନରସିଂହ ଚୌଧୁରୀ ସ୍ବୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡିଆରେ ୨୯ ତମ ରାଜ୍ୟ ସ୍ତରୀୟ ଥ୍ରୋ ବଲ (ବରିଷ୍ଠ) ଚମ୍ପିୟାନସିପ ଉଭୟ ପୁରୁଷ ଓ ମହିଳା ବିଭାଗରେ ଅନୁଷ୍ଠିତ ହେଉଛି।

ଏହି ଚମ୍ପିୟାନସିପରେ ଭାଗ ନେବା ପାଇଁ ଢେଙ୍କାନାଳ ଜିଲ୍ଲାର ଥ୍ରୋବଲ ଆସୋସିଏସନ୍ ପକ୍ଷରୁ ଜିଲ୍ଲାର ପୁରୁଷ ଓ ମହିଳା ଦଳ ଚୟନ ପ୍ରକିୟା ଚଳିତ ଫେବୃଆରୀ ୨୫ ତାରିଖ ଗୁରୁବାର ପୂର୍ବାହ୍ନ ୮ ଘଣ୍ଟିକା ସମୟରେ ଢେଙ୍କାନାଳ ଷ୍ଟାଡିୟମରେ ଅନୁଷ୍ଠିତ ହେବ।

ଆଗ୍ରହୀ ଥ୍ରୋ ବଲ ଖେଳାଳି ମାନେ ନିଜର ଆଧାର ପରିଚୟପତ୍ର ଓ ଦୁଇ ଗୋଟି ପାସପୋର୍ଟ ସାଇଜ଼ ଫୋଟୋ ନିର୍ଦ୍ଧାରିତ ତାରିଖ ଓ ସମୟରେ ପହଁଞ୍ଚି ପଞ୍ଜିକରଣ କରିବେ ଓ ଏହି ଚୟନ ପ୍ରକିୟାରେ ଅଂଶ ଗ୍ରହଣ କରିବେ। ଏଥି ନିମନ୍ତେ ସବିଶେଷ ସୂଚନା ଓ ପରାମର୍ଶ ନିମନ୍ତେ ଜିଲ୍ଲା ଥ୍ରୋ ବଲ ଆସୋସିଏସନର ସମ୍ପାଦକ ତଥା ବରିଷ୍ଠ କ୍ରିଡ଼ା ପ୍ରଶିକ୍ଷକ ଶ୍ରୀ ରାମକୃଷ୍ଣ ବେହେରାଙ୍କୁ ୭୦୦୮୮୨୩୦୦୯ ମୋବାଇଲ ଫୋନ ନମ୍ବରରେ ଯୋଗାଯୋଗ କରିବା ପାଇଁ ଅନୁରୋଧ।

new life
You might also like
error: Content is protected !!