News
WhatsApp Image 2023-10-04 at 17.25.00
samparksetu

ବ୍ରାହ୍ମଣୀ ଦେବୀ ୟୁଥ୍ କ୍ଳବ ସଦସ୍ୟଙ୍କ ଦ୍ୱାରା ଆୟୋଜିତ “କ୍ଲିନ ଭିଲେଜ ଓ ଗ୍ରୀନ ଭିଲେଜ ପ୍ରୋଗ୍ରାମ”

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ନୂଆ ଅଁଳାବେରେଣୀ ଗାଁ ର ୪ ନମ୍ବର ଓ୍ବାର୍ଡ ଓ ୫ ନମ୍ବର ଓ୍ବାର୍ଡ ରାସ୍ତା ଠାରୁ ଅଁଳାବେରେଣୀ ପୂର୍ତ୍ତ ବିଭାଗ ରାସ୍ତା ସଫେଇ ବ୍ରାହ୍ମଣୀ ଦେବୀ ୟୁଥ୍ କ୍ଳବ୍ ଦ୍ଵାରା ସମ୍ପାଦିତ ହୋଇଛି।

ରାସ୍ତାର ଉଭୟ ପାର୍ଶ୍ବରେ ଥିବା ଲଟି ବୁଦା ଦୁର୍ଘଟଣାର ସମ୍ଭାବନା ରହୁଛି। ପଞ୍ଚାୟତ ସ୍ତରରେ ଏହାକୁ ସଫା କରିବା ପାଇଁ କୌଣସି ବ୍ୟବସ୍ଥା ହୁଏ ନାହିଁ। ସ୍ଥାନୀୟ ଅଞ୍ଚଳରେ ସଚେତନ ସୃଷ୍ଟି କରିବା ପାଇଁ କ୍ଲବର ସଦସ୍ୟମାନେ ଆଜି ଏକାଠି ହୋଇ ସକାଳ ଆଠଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି ପରି ଅନ୍ୟ ଅଞ୍ଚଳର ଯୁଵ ଗୋଷ୍ଠୀ ନିଜ ଗାଁ ର ପରିମଳ ପ୍ରତି ଦୃଷ୍ଟି ଦେଲେ ଆମ ଦେଶର ଗ୍ରାମାଞ୍ଚଳର ସ୍ବଚ୍ଛତା ବଜାୟ ରୁହନ୍ତା ବୋଲି କ୍ଲବ ସଦସ୍ୟ ମାନେ ପ୍ରକାଶ କରିଛନ୍ତି।

ଆଜିର ଏହି କାର୍ଯ୍ୟକ୍ରମରେ କ୍ଲବର ସଦସ୍ୟ ଶ୍ରୀ ଦୁଷ୍ମନ୍ତ ସାହୁ, ସମ୍ପାଦକ ସୂର୍ଯ୍ୟକାନ୍ତ ବେହେରା, ସଦସ୍ୟ ବିଜୟ ସାହୁ, ଲିକୁନ ସାହୁ, ସୁରେନ୍ଦ୍ର ସାହୁ, ଟିଟୁ ବେହେରା, ଆଶିଷ ସାହୁ, ଚିନ୍ମୟ ସାହୁ, ସୁନିଲ ବିଶ୍ବାଳ, ବିମଳ ସାହୁ, ନିହାର ସାହୁ, ସତ୍ୟବ୍ରତ ସାହୁ, ବିନୋଦ ସାହୁ, ହେମନ୍ତ ନାୟକ, ଜ୍ୟୋତି ପ୍ରକାଶ ଦେହୁରୀ ଓ ଗ୍ରାମର ଅନେକ ଯୁବକ ସହଯୋଗ କରିଥିଲେ।

new life
You might also like
error: Content is protected !!