News
WhatsApp Image 2023-10-04 at 17.25.00
samparksetu

ବି.ବି.ହାଇସ୍କୁଲ ରେ ମାତୃଭାଷା ଦିବସ ପାଳିତ

ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ,ଶିକ୍ଷା ସୌଧ,ୟୁନିଟ ୫,ଭୁବନେଶ୍ୱରଙ୍କ ନିର୍ଦ୍ଦେଶରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରହ୍ମହୋତ୍ରୀ ବିଶ୍ୱାଳଙ୍କର ମାର୍ଗଦର୍ଶନରେ ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ସଭାଗୃହରେ ଦିବା ୧୧ ଘଟିକାରୁ ୧୨ ଘଟିକା ମଧ୍ୟରେ କୋଭିଡ-୧୯ ନିୟମ ଅନୁପାଳନରେ ମାତୃଭାଷା ଦିବସ ପାଳିତ ହୋଇଯାଇଛି।

ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ବରିଷ୍ଠ ସହକାରୀ ଗଣିତ ଓ ବିଜ୍ଞାନ ଶିକ୍ଷକ ତଥା ‘ମୋ ସ୍କୁଲ ଅଭିଯାନର କ୍ୟାମ୍ପେନ ଟିମ’ର ଜିଲ୍ଲା ଦଳମୁଖ୍ୟ ଡ଼ା. ଦେବୀ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ, ସଭାର ଉଦ୍ଦେଶ୍ୟ ଜ୍ଞାପନ,ସଭା ପରିଚାଳନା ଓ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସେ ସ୍ଵୀୟ ଅଭିଭାଷଣରେ ମାତୃଭାଷା ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ମନ୍ତବ୍ୟ ପ୍ରଦାନ କରି ଯେଉଁ ଭାଷା ସଭିଙ୍କର ସ୍ୱପ୍ନର ଭାଷା ,ଓଡ଼ିଆ ଜାତିର ମହାର୍ଘ ଅସ୍ମିତାର ପରିଚୟ, ତାର ସୀମା ସ୍ୱାତନ୍ତ୍ର୍ୟ ଓ ସାର୍ଭଭୌମତ୍ୱର ଆଧାରଶୀଳା ସେହି ଭାଷାର ସଙ୍କଟ କାଳରେ ମାତୃଭାଷାରେ ଶିକ୍ଷା ଓ ଶାସନ ବିଶ୍ୱର ବିବିଧତାକୁ ଶକ୍ତିଶାଳୀ କରିପାରିବ ଓ ଏଥିପାଇଁ ସମ୍ମିଳିତ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ଦୃଢ଼ ଆହ୍ଵାନ ଦେଇଥିଲେ।

ସେ ଓଡ଼ିଆ ଭାଷାର ସାମ୍ପ୍ରତିକ ସ୍ଥିତି,ଭାଷା ସଙ୍କଟ,ଭାଷା ବିଲୁପ୍ତି ଓ ଭାଷା ସୁରକ୍ଷା ସଂପର୍କିତ ସ୍ୱରଚିତ ଗୋଟିଏ ଶାଣିତ ଓଡ଼ିଆ ବ୍ୟଙ୍ଗ କବିତା ଓ ଗୋଟିଏ ଓଡ଼ିଆ ସନେଟ ପାଠ କରି ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସି ବଜ୍ର ଶପଥ ନେବାକୁ ଦୃଢ଼ ଆହ୍ୱାନ ଜଣାଇଥିଲେ।ବରିଷ୍ଠ ସହକାରୀ ଶିକ୍ଷୟିତ୍ରୀ ବିଜୟରଶ୍ମି ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ,ବିଦ୍ୟାଳୟର ଅନେକ ଛାତ୍ରୀ,ଛାତ୍ର, ଅଭିଭାବିକା, ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟା,ସଦସ୍ୟ,ଶିକ୍ଷୟିତ୍ରୀ, ଶିକ୍ଷକ ଓ କର୍ମଚାରୀ ବୃନ୍ଦ ଯୋଗଦାନ କରିଥିଲେ ।ବରିଷ୍ଠ ସହକାରୀ ଶିକ୍ଷୟିତ୍ରୀ ବିଜୟରଶ୍ମି ମିଶ୍ର, ଶ୍ୱେତପଦ୍ମା ମିଶ୍ର,ସୁରେଶ କୁମାର ପଣ୍ଡା,ସୁଭାଷ କୁମାର ନନ୍ଦ, ବବିତା ଲେଙ୍କା,ଛାତ୍ରୀ ଅନନ୍ୟା ପାତ୍ର ପ୍ରମୁଖ ମାତୃଭାଷାର ଆବଶ୍ୟକତା,ଉପଯୋଗିତା ଓ ସୁରକ୍ଷା ସମ୍ପର୍କରେ ସ୍ଵୀୟ ବକ୍ତବ୍ୟ ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଦେବରାଜ ରାଉତ, ଇତିଶ କୁମାର ବରାଳ, ଡା. ଦେବୀ ପ୍ରସାଦ ମିଶ୍ର,ସୁଭାଷ କୁମାର ନନ୍ଦ,ଧ୍ୟାନଚାନ୍ଦ ମିଶ୍ର, ସ୍ଵର୍ଣମୟୀ ଶତପଥୀ,ସୁନିତାବାଳା ଷଡ଼ଙ୍ଗୀ, ସ୍ୱାଗତିକା ରଥ,ଡ଼ଃ ଅନୁପମା ମିଶ୍ର,କିଶୋର ଚନ୍ଦ୍ର ସାମଲ,କ୍ରୀଡ଼ା ଶିକ୍ଷକ ସୁବ୍ରତ ମିଶ୍ର,ଅନୁପମା ପଣ୍ଡା,କ୍ଷୀରାବଧିତନୟା ମହାପାତ୍ର,ସୁଚିତ୍ରା ସାହୁ,ରଶ୍ମି ହୋତା, ବବିତା ଲେଙ୍କା, କଳ୍ପନା ବାରିକ,ବବିତା ଦାସ,ସୁବ୍ରତ ସ୍ୱାଇଁ,ପ୍ରଭାତ ପ୍ରଧାନ, ବାସୁଦେବ ରଣା,ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ, ସନ୍ତୋଷ ଜେନା,ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।ପରିଶେଷରେ କାର୍ଯ୍ୟକ୍ରମ ସଂଯୋଜକ ଡା. ଦେବୀ ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

new life
You might also like
error: Content is protected !!