News
WhatsApp Image 2023-10-04 at 17.25.00
samparksetu

ରାଜ୍ୟରେ କରୋନା ନିୟମ କଡାକଡି, ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଧେଶ

ପ୍ରାୟ ୯ ମାସ ଭିତରେ ବାନ୍ଧି ହୋଇ ରହିଥିବା ଲୋକମାନେ ବାହାରକୁ ବାହାରି ଆସିଥିଲେ, ବଜାରରେ ବଢିଥିଲା ଭିଡ଼ । ନାଥିଲା ମୁହଁରେ ମାସ୍କ ନା ଥିଲା ସାମାଜିକ ଦୂରତା ସତେଯେପରି କରୋନା ପାଲଟିଯାଇଛି ଇତିହାସ । କରୋନା ଗ୍ରାଫ ମଧ୍ୟ ତଳ ମୁହାଁ ହେବାକୁ ଲାଗିଥିଲା । ହେଲେ, କରୋନାର ନୂଆ ନୂଆ ଷ୍ଟ୍ରେନ୍ ଏବଂ ପଡ଼ୋଶୀ ରାଜ୍ୟରେ ବଢ଼ୁଥିବା ସଂକ୍ରମଣ, କରୋନାକୁ ନେଇ ପୁଣି ଥରେ ଚିନ୍ତା କରିବାର ସମୟ ଆଣି ଦେଇଛି ।

ଆଜି ସ୍ପେଶାଲ ରିଲିଫ୍ କମିଶନର, ରାଜ୍ୟର ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଏବଂ ଏସପି ମାନଙ୍କୁ ଚିଠି ଲେଖିଛନ୍ତି । କରୋନା ନିୟମ କଡ଼ାକଡ଼ି ପାଳନ ହେଉଛି ନା ନାହିଁ, ତା ଉପରେ ନଜର ରଖି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

  • ମାସ୍କ ବ୍ୟବହାର, ସାମାଜିକ ଦୂରତା , ସାନିଟାଇଜ ଉପରେ ଗୁରୁତ୍ୱ
  • ସର୍ବସାଧାରଣ ସ୍ଥାନ, ଅନୁଷ୍ଠାନ, କାର୍ଯ୍ୟାଳୟରେ କୋଭିଡ୍ ନିୟମ କଡାକଡି ହେବ
  • ଏନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ସ୍ଥିତି ଉପରେ ନଜର ରଖିବେ
  • ବଜାର, ହାଟରେ ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସଚେତନ କରାଯିବ
  • ନିୟମ ପାଳନ ଉପରେ ସବୁ କାର୍ଯ୍ୟାଳୟ, ଅନୁଷ୍ଠାନ କର୍ତ୍ତୃପକ୍ଷ ଦୃଷ୍ଟି ଦେବେ
  • ବିବାହ, କ୍ରୀଡା, ସାଂସ୍କୃତିକ ଉତ୍ସବ ଅନୁମତି ଥିଲେ ବି କୋଭିଡ୍ ନିୟମ ମାନିବେ
  • ଅଙ୍ଗନୱାଡି ଓ ସମସ୍ତ ଶିକ୍ଷାନୁଷ୍ଠାନରେ ବିଶୋଧନ ଉପରେ ଗୁରୁତ୍ବ
  • ସ୍କୁଲରେ ଥର୍ମାଲ ସ୍କ୍ରିନିଂ, ହ୍ୟାଣ୍ଡୱାସ, ସାନିଟାଇଜ ଉପରେ ଗୁରୁତ୍ବ ଦିଆଯିବ

ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଏବଂ କରୋନାର କିଛି ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଥିବା ନେଇ ଏଥିରେ ଲେଖାଯାଇଛି । ସେହିପରି କରୋନା ସଂକ୍ରମଣକୁ ନେଇ ସତର୍କ ଅଛି ଶିକ୍ଷା ବିଭାଗ ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି। କହିଛନ୍ତି ବର୍ତ୍ତମାନ ଏସଓପି ଅନୁଯାୟୀ ସ୍କୁଲ ଚାଲିଛି । ପରେ ସ୍ଥିତିକୁ ଦେଖି ବିଚାର କରାଯିବ, ସ୍କୁଲ ବନ୍ଦ ସମ୍ପର୍କରେ ବିଶେଷ ପରିସ୍ଥିତି ଆସିଲେ ଚିନ୍ତା କରାଯିବ । ଅନ୍ୟପଟେ ରାଜ୍ୟ ସରକାରଙ୍କ ଏହି ପ୍ରସ୍ତୁତି ଭିତରେ ମୁଖ୍ୟମନ୍ତ୍ରୀ କୋଭିଡ୍ ଗାଇଡଲାଇନ୍ ମାନିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ।

new life
You might also like
error: Content is protected !!