News
WhatsApp Image 2023-10-04 at 17.25.00
samparksetu

ଅଜଣା ରୋଗରେ ଛଟପଟ ହେଉଛି ଭରତ

ଗାଁର ଦାଣ୍ଡରେ ସାଙ୍ଗସାଥୀଙ୍କ ମେଳରେ ଖେଳାବୁଲା କରିବା ବୟସରେ ଶଯ୍ୟାଶାୟୀ ହୋଇଛି ଭରତ। ୫ ବର୍ଷ ବୟସର ଭରତ ଅଜଣା ରୋଗରେ ପଡି ଯନ୍ତ୍ରଣାରେ ଛଟପଟ ହେଉଛି। ଉନ୍ନତ ମାନର ଚିକିତ୍ସା ନିମେନ୍ତ ଅର୍ଥ ସାଜିଛି ବାଧକ। ପୁଅର ଚିକିତ୍ସାରେ ବାପା ଓ ମା ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ନିଶ୍ବ ହୋଇଯିବା ପରେ ଏବେ ଭାଗ୍ୟକୁ ଆଦରି ପଡି ରହିଛନ୍ତି। ପୁଅର ଚିକିତ୍ସା ନିମେନ୍ତ ସରକାର ତଥା ବଦାନ୍ଯ ବ୍ୟକ୍ତିଙ୍କ ସହାୟତାକୁ ଅପେକ୍ଷା କରିଛନ୍ତି। ଭୁବନ ବ୍ଲକ ବାଲିବୋ ପଞ୍ଚାୟତ ଅନ୍ତର୍ଗତ ମାଟିଆ ସାହି ଗ୍ରାମର ବିଷ୍ଣୁ ପ୍ରଧାନଙ୍କ ପୁଅ ହେଉଛନ୍ତି ଭରତ।

ବିଷ୍ଣୁ ଜଣେ ଦିନ ମଜୁରିଆ କାମ କରି ଘର ଚଳାନ୍ତି। ସ୍ତ୍ରୀ ଜୟନ୍ତୀ ,୮ ବର୍ଷର ଝିଅ ସୁନିତା ଓ ପୁଅ ଭରତଙ୍କୁ ନେଇ ତାଙ୍କର ପରିବାର। ଜନ୍ମ ସମୟରେ ଭରତଙ୍କ ସ୍ବାସ୍ଥ୍ୟ ସ୍ବାଭାବିକ ଥିଲା। ୬ ମାସର ହୋଇଥିବା ବେଳେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ହାତଗୋଡ ଏକ ପ୍ରକାର ଅକାମୀ ହୋଇଗଲା।

ସ୍ଥାନୀୟ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରଥମେ ଚିକିତ୍ସିତ କରାଇଥିଲେ ।ମାତ୍ର କୌଣସି ସୁଫଳ ନମିଳିବାରୁ ଜିଲ୍ଲା ମୂଖ୍ଯ ଡାକ୍ତରଖାନାରେ ଭରତଙ୍କ ଚିକିତ୍ସା କରାଇଥିଲେ।

ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ନହେବାରୁ କଟକ ଶିଶୁ ଭବନକୁ ନେଇ ଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଶିଶୁଭବନ ରେ ଚିକିତ୍ସା ଜାରି ରହିଥିବା ବେଳେ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଉଥିଲା ।

ଧାରକରଜ କରି ଭରତଙ୍କ ଚିକିତ୍ସା ନିମେନ୍ତ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବା ପରେ ନିଶ୍ବ ହୋଇପଡିଥିବା ବିଷ୍ଣୁ ପୁଅର ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବା ସମୟରେ ଘରକୁ ଚାଲିଆସିଥିଲେ ।ଅର୍ଥ ଅଭାବରୁ ଭରତଙ୍କ ଚିକିତ୍ସା ନିମେନ୍ତ ପଦକ୍ଷେପ ଗ୍ରହଣ କରିବାକୁ ବିଷ୍ଣୁଙ୍କ ସମେତ ଗ୍ରାମବାସୀ ଦାବି ନିବେଦନ କରିଛନ୍ତି। ଏଥିସହ ସହ ହୃଦୟ ବ୍ୟକ୍ତି ସହଯୋଗର ହାତ ବଢାଇବାକୁ ବିଷ୍ଣୁ ନିବେଦନ କରିଛନ୍ତି।

new life
You might also like
error: Content is protected !!