News
WhatsApp Image 2023-10-04 at 17.25.00
samparksetu

କରୋନା କୁ ନା

ଗତବର୍ଷ ମାର୍ଚ୍ଚ ୨୦୨୦ ଠାରୁ ଆରମ୍ଭ ହୋଇଥିବା କରୋନା ମହାମାରୀ ସାରା ବିଶ୍ୱରେ ବହୁତ ଧନ ଜୀବନ ନଷ୍ଟ ହୋଇଥିଲା, ଅର୍ଥନୀତି ଓ ଜୀବନ ଜୀବିକା ଉପରେ ଏହାର ପ୍ରଭାବ ପଡିଥିଲା, ଯାହା ଫଳରେ ସର୍ବସାଧାରଣ ଲୋକମାନେ ଆଜି ପର୍ଯ୍ୟନ୍ତ ମନ୍ଧ୍ୟ ଦୁର୍ଦ୍ଦଶା ଦୁର୍ଦ୍ଦିନରେ ରହୁଛନ୍ତି ।

୨୦୨୧ ଫେବୃଆରୀ ରେ ମଧ୍ୟ ମହାରାଷ୍ଟ୍ର ରେ ଏବେ କୋଭିଡ ବଢି ବଢି ଚାଲୁଛି, ଏଣୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ  ନିବେଦନ ଯେଉଁମାନେ ବିଦେଶ ରୁ ଭାରତ ଆସୁଅଛନ୍ତି କିମ୍ବା ଭାରତ ରୁ ବିଦେଶ ଯାଉଅଛନ୍ତି ଏବେ ଠାରୁ ରୋକ ଲଗାଯାଉ ।

ଯାହା ଫଳରେ ଭାରତ ରେ କରୋନା ମହାମାରୀ ବ୍ୟାପିବାରୁ ଆମେ ରକ୍ଷା ପାଇ ପାରିବା, ଦେଶ ଓ ଆମ ରାଜ୍ୟରେ ସମସ୍ତ ଅଞ୍ଚଳ ରେ ସମାଜିକ ଦୂରତା ଓ ଜନଗହଳି ଉପରେ କଟକଣା ଜାରି ରହୁ । ଗତବର୍ଷ ଭଳି ସମ୍ପୂର୍ଣ୍ଣ ଭାବେ ଦେଶ କିମ୍ବା ରାଜ୍ୟରେ ସଟଡାଉନ କିମ୍ବା ଲକଡାଉନ ଭଳି ପରିସ୍ଥିତି ସୃଷ୍ଟି ନ ହେଉ, ଏହା ଦ୍ୱାରା ଦିନ ମଜୁରିଆ ଖଟିଖିଆ, ଚାଷୀ ଭାଇ, ଶ୍ରମିକ ଭାଇ ଭଉଣୀ,  ବ୍ୟବସାୟୀ ଓ ଖୁଚୁରା ବ୍ୟବସାୟୀ, ଫୁଟଫାଥ ଉଠା ଦୋକାନି ଓ ଦେଶର କୁଣ ଅନୁକୁଣରୁ ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରୁଥିବା ଗରିବ ଶ୍ରମିକ ଭାଇ ଭଉଣୀ ମାନେ କୋଭିଡ ପାଇଁ ଜୀବନ ଜୀବିକା ହରେଇ ବହୁତ ଧନ ଜୀବନ ନଷ୍ଟ ହୋଇଥିଲା ।

ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରୁଥିବା ଶ୍ରମିକ ଭାଇ ଭଉଣୀ ମାନେ ସଡ଼ ଡାଉନ ଲକ ଡାଉନ ପାଇଁ ଦୀର୍ଘ ଚାରି ମାସ ପର୍ଯ୍ୟନ୍ତ ରାଜ ରାସ୍ତା ରେ ଅନାହାର ଭୋକ ଉପାସରେ ନିଜ ନିଜ ରାଜ୍ୟ କୁ ପାଦରେ ଚାଲି ଚାଲି ଯାଇଥିଲେ ଯାହା ଫଳରେ ବିଶ୍ୱ ଦରବାରରେ ଆମେ ନିନ୍ଦିତ ହୋଇଥିଲେ ।

ଏହା ଦ୍ୱାରା କିଛି ଲୋକମାନଙ୍କର ଅକାରଣ ରେ ମଧ୍ୟ ଜୀବନ ଚାଲି ଯାଇଥିଲା ଓ ଜୀବନ ଜୀବିକା ଉପରେ ପ୍ରଭାବ ପଡିଥିଲା ଆଜି ପର୍ଯ୍ୟନ୍ତ ମଧ୍ୟ ଲୋକମାନେ ଦୁର୍ଦ୍ଦିନରେ ଜୀବନ ଅତିବାହିତ କରୁଅଛନ୍ତି ।  ଯଦି କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଆଗାମୀ ଦିନରେ ଦେଶ ରାଜ୍ୟରେ ଲକଡାଉନ କିମ୍ବା ସଟଡାଉନ ଘୋଷଣା କରୁଛନ୍ତି ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ ହେବ କିନ୍ତୁ ଆସନ୍ତା ବର୍ଷରେ ଲକ ଡାଉନ ପାଇଁ ଯେଉଁ ସବୁ ସମସ୍ୟା ଉପୁଜିଥିଲା ସେଭଳି ସମସ୍ୟା କିପରି ପୁନରାବୃତ୍ତି ନ ହେବ ସେଥି ପାଇଁ ଦୂର ଦୃଷ୍ଟି ଦେବା ନିହାତି ଆବଶ୍ୟକ  ।

ଗତବର୍ଷ ଲକ ଡାଉନ ପାଇଁ ଦେଶର ପୁଞ୍ଜିପତି, ଶିଳ୍ପପତି, କଳା ବ୍ୟବସାୟୀ, ଅସାଧୁ ବ୍ୟବସାୟୀ, ମାଫିଆ, କିଛି ଅସାଧୁ ରାଜନେତା ମାନେ ଏହାର ଭରପୂର ଫାଇଦା ଉଠାଇଥିଲେ, ଏଣୁ ଏଥି ପ୍ରତି ଦୃଷ୍ଟି ଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର, ଓ କର୍ତ୍ତୃପକ୍ଷଙ୍କୁ  ମୋର ନିବେଦନ ।

✍️ ହିମାଂଶୁ ଭୂଷଣ ବାରିକ
ଅଧ୍ୟକ୍ଷ “ଯୁବଶକ୍ତି” ଢେଙ୍କାନାଳ

ବି ଦ୍ର:  ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ଲେଖା ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କ ନିଜସ୍ୱ ଅଟେ, ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶଲାଗି dhenkanalupdate.com ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହେଁ ।

new life
You might also like
error: Content is protected !!