News
WhatsApp Image 2023-10-04 at 17.25.00
samparksetu

ଭତ୍ତା ଅପେକ୍ଷାରେ ଗୋଲାପ

ହିନ୍ଦୋଳ ଉପଖଣ୍ଡ ରଞ୍ଜାଗୋଳ ଗ୍ରାମର ଗୋଲାପ ପାତ୍ର ବୟସ ୪୭ ସେ ଜଣେ ଅବିବାହିତ ମହିଳା। ସେ ସରକାରଙ୍କ ପ୍ରଦତ୍ତ ଭତ୍ତା ପାଇବାରୁ ବଞ୍ଚିତ୍ତ ହୋଇଥିବା ବେଳେ ,ବାରମ୍ବାର ଗୁହାରି କରିଲେ ମଧ୍ଯ କେହି ଶୁଣୁ ନଥିବା ଅଭିଯୋଗ କରିଛନ୍ତି।

ସରକାରଙ୍କ ଯୋଜନା ଅନୁଯାୟୀ ବିଧବା,ଭିନ୍ନକ୍ଷମ, ଅବିବାହିତ ଝିଅ ମାନଙ୍କୁ ଏହି ଯୋଜନାରେ ଅଗ୍ରାଧିକାର ଭତ୍ତା ପ୍ରଦାନ କରାଯିବା କଥା ।କିନ୍ତୁ ବିଡମ୍ବନାର ବିଷୟ ଯେ ଗୋଲାପ ଙ୍କ କ୍ଷେତ୍ରରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି ।

ଭତ୍ତା ପାଇବା ପାଇଁ ସେ ବାରମ୍ବାର ପଞ୍ଚାୟତରେ କାଗଜପତ୍ର ଦାଖଲ କରି ଆସୁଥିଲେ ମଧ୍ଯ ତାଙ୍କ ଗୁହାରୀ କେହି ଶୁଣୁନଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କର ବାପା ମାଆ ଉଭୟଙ୍କର ମୃତ୍ୟ ହୋଇଯାଇଛି ।ବାଉଁଶ କଣିରେ ଟୋକେଇ ଓ ଅନ୍ଯାନ୍ଯ ସାମଗ୍ରୀ ତିଆରି କରିବା ସହିତ ମୂଲଚାଲ କରି ବହୁ କଷ୍ଟରେ ନିଜ ଜୀବନ ବଞ୍ଚାଇଛନ୍ତି। ଏଣୁ ତାଙ୍କ ପ୍ରତି ପ୍ରସାଶନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

new life
You might also like
error: Content is protected !!