News
WhatsApp Image 2023-10-04 at 17.25.00
samparksetu

ଆଜିଠାରୁ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା ; କରୋନା କଟକଣା ମଧ୍ୟରେ ପରମ୍ପରା ବଞ୍ଚାଇବାକୁ ଜଳିବ ଝାଡ଼

ଆଜିଠାରୁ ୩ଦିନବ୍ୟାପୀ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା । ତେବେ କୋରଣା କଟକଣା ଯୋଗୁଁ ଚଳିତ ବର୍ଷ ଜିଲ୍ଲା ବାହାରର ସାଧୁ ଓ ଶ୍ରଦ୍ଧାଳୁଙ୍କୁ ଢେଙ୍କାନାଳର ମହିମାଗାଦିକୁ ମନା କରାଯାଇଛି । ଏପରିକି ମହିମା ଗାଦିର ସାଧୁ ମାନଙ୍କ କୋଭିଡ ଟେଷ୍ଟ କରାଯାଇଛି। ନେଗେଟିଭ ରିପୋର୍ଟ ଥିବା ଅତି ବେଶୀରେ ୫୦ଜଣ ସାଧୁ ମୁଖ୍ୟ ଗାଦି ମନ୍ଦିରରେ ଝାଡ଼ ଦୀପ ଓ ଧୁନୀ ନୀତିକାନ୍ତିରେ ନିୟୋଜିତ ରହିପାରିବେ ।

ମେଳାରେ କୌଣସି ଅପେରା, ଦୋଳି, ସିନେମା, କଣ୍ଢେଇନାଚ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ନାହିଁ ।
ମେଳାକୁ ଆସୁଥିବା ସାଧୁସନ୍ଥ ଓ ଶ୍ରଦ୍ଧାଳୁମାନେ ମାସ୍କ ବ୍ୟବହାର ସହ ସାମାଜିକ ଦୂରତ୍ୱ ପାଳନ କରିବାକୁ ବାଧ୍ୟତାମୂଳକ କରାଯାଇଛି ।

ଶୂନ୍ୟ ମନ୍ଦିର ବେଢ଼ାକୁ ଏକକାଳୀନ ୫୦ ଜଣ ଦର୍ଶନାର୍ଥୀଙ୍କୁ ସର୍ବାଧିକ ୧୦ ମିନିଟ୍‌ ପାଇଁ ପ୍ରବେଶ ଅନୁମତି ମିଳିବ । ଜିଲ୍ଲା ଏବଂ ରାଜ୍ୟ ବାହାରର ସାଧୁସନ୍ଥ ଏବଂ ଜନ ସାଧାରଣ ଙ୍କୁ ବାରଣ କରାଯାଇଛି ।

new life
You might also like
error: Content is protected !!