ଗ୍ରୀଷ୍ମରୁତୁ ର ଆଗମନ ରେ ପାନୀୟ ଜଳ ସମସ୍ୟା ଆରମ୍ଭ ହୋଇଥାଏ , ଏହି ସମୟରେ ଗଁଦିଆ ବ୍ଲକ କାବେରଣା ପଂଚାୟତର ବିଧାରପୁର- ଯୋରନ୍ଦା ରାସ୍ତା ର ଯଦପୁର ଗ୍ରାମ ନିକଟରେ ଥିବା ଯାତ୍ରୀ ବିଶ୍ରାମଗର ଠାରେ ସୋଲାର ପମ୍ପ ପାଣିଟାଙ୍କି ଓ ଯଦପୁର ଗ୍ରାମ ଭିତରେ ଥିବା ସୋଲାର ପମ୍ପ ପାଣିଟାଙ୍କି ସମ୍ପୂର୍ଣ ଅଚଳବସ୍ଥାରେ ଦୀର୍ଘଦିନ ଧରି ପଡି ରହିଥିଲା ।
ଯଦପୁର ଗ୍ରାମର ସମସ୍ତ ଗ୍ରାମବାସୀ ତଥା ବିଧାରପୁର – ଯୋରନ୍ଦା ରାସ୍ତା ରେ ଯାଉଥିବା ଶହ ଶହ ବାଟୋଇ ପାନୀୟ ଜଳ ପାଇଁ ବହୁତ ସମସ୍ୟା ରେ ପଡୁଥିଲେ ।
ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ମୁଖ୍ୟରାସ୍ତା ଉପରେ ଥିବା ଏହି ସୋଲାର ପମ୍ପ ଉପରେ ପ୍ରଶାସନ ର ଦୃଷ୍ଟି ପଡୁନଥିଲା ତେବେ ଗତ ଫେବୃଆରୀ ୧୧ ତାରିଖରେ ଢେଙ୍କାନାଳ ଅପଡେଟ ରେ ଖବର ପ୍ରସାରଣ ହୋଇଥିଲା ଖବର ପ୍ରସାରଣ ପରେ ଏହି ଦୁଇ ଅଚଳ ପାଣିଟାଙ୍କି ମରାମତି କରିଛନ୍ତି ପ୍ରଶାସନ ।