News
WhatsApp Image 2023-10-04 at 17.25.00
samparksetu

ଭିଜିଲାନ୍ସ ସ୍କାନରରେ ନିହଳପ୍ରସାଦ ଥାନା ଆଇଆଇସି

ଭିଜିଲାନ୍ସ ସ୍କାନରରେ ପୋଲିସ୍ ବାବୁ । ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଥାନା ଆଇଆଇସି ।

ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ନିହଳପ୍ରସାଦ ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ଏକ ଯୌତୁକ ଜନିତ ମାମଲାର ୩୦୭ ଦଫା ହଟାଇବାକୁ ମାମଲାର ଅଭିଯୋଗକାରୀ ଅଇଁଠା ସେଠୀ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିଲେ ।

ତେବେ ଯୌତୁକ ଜନିତ ମାମଲାରେ ଆଇଆଇସି ୨୦ ହଜାର ଟଙ୍କା ଦାବି କରିଥିବା ବେଳେ ଆଇଆଇସିଙ୍କ ବ୍ୟକ୍ତିଗତ ଚାଳକଙ୍କ ଦ୍ଵାରା ୬୦୦୦ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଧରିଥିଲେ ।

new life
You might also like
error: Content is protected !!