News
WhatsApp Image 2023-10-04 at 17.25.00
samparksetu

ବାଇସିଙ୍ଗା ଗ୍ରାମରେ ଅଭାବନୀୟ ଘଟଣା ସାଇକେଲ ଚୋରି କୁ ନେଇ ହଣାକଟା

ଢେଙ୍କାନାଳ ଜିଲ୍ଲା ବକାମାକ୍ଷାନଗର ଥାନା ଅନ୍ତର୍ଗତ ବାଇସିଙ୍ଗା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସାଇକଲ ଚୋରିକୁ ନେଇ ଦୁଇ ଗୋଷ୍ଠି ଙ୍କ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଥିଲା ଯାହାକି ତୀବ୍ର ରୂପ ନେଇ ହଣାକଟାରେ ପହଞ୍ଚିଥିଲା ।

ସୂଚନା ଅନୁଯାଇ ବାଇସିଙ୍ଗା ଗ୍ରାମ ରଗଡିସାହି ର ଚରଣ ନାୟକଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ସେହି ଗ୍ରାମ ର ବାଦଲନାୟକ ସାଇକେଲ ଚୋରି କରିଥିବାର ଅଭିଯୋଗ ଆସିଥିବା ବେଳେ । ଯାହାକୁ ନେଇ ଆଜି ସକାଳୁ ଚରଣନାୟକ ଓ ତାଙ୍କ ଭାଇ ମାନେ ବାଦଲନାୟକ ସାଇକେଲ ଚୋରି କରିଥିବା ଜାଣିବାକୁ ପାଇଥିଲେ ।

ତେବେ ନ ଚରଣ ଓ ତାଙ୍କ ଭାଇମାନେ ବାଦଲ କୁ ଏନେଇ ପଚରାଉଚୁରା କରିବାରୁ ବାଦଲ ହଠାତ ଉତକ୍ଷିପ୍ତ ହୋଇ ପାଖରେ ଥିବା ଏକ ଟାଙ୍ଗିଆ ରେ ଚରଣ ଙ୍କୁ ଆକ୍ରମଣ କରିଥିଲା । ଫଳରେ ଚରଣ ଙ୍କ ବେକ ପାଖରୁ ରକ୍ତାକ୍ତ ହୋଇଥିଲା ।

ଚିକିତ୍ସା ନିମନ୍ତେ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଇଥିବା ବେଳେ ସେଠାରେ ତାଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରିଥିଲେ।

ଏ ବିଷୟରେ ଖବର ପାଇ କାମାକ୍ଷାନଗର ପୋଲିସ ଆକ୍ରମଣ ହୋଇଥିବା ଟାଙ୍ଗିଆ କୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

ଅନ୍ୟ ପକ୍ଷରେ ବାଦଲ ର ସ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ଆଜି ସକାଳୁ ମୋ ସ୍ବାମୀ ଶୈାଚ ପାଇିଁ ଯାଉଥିବା ବେଳେ ଚରଣ ଓ ତାଙ୍କ ଭାଇମାନେ ମିଶି ମୋ ସ୍ବାମୀ ଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ, ଯାହା ଫଳରେ ମୋ ସ୍ବାମୀ ଙ୍କ ଆଖି,ମୁଣ୍ଡ,ରେ ଗୁରୁତର ଆଘାତ ଲାଗିଛି, ତେଣୁ ସେ ଗୁରୁତର ଭାବେ କାମାକ୍ଷାନଗର ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି ।
ଉଭୟ ପକ୍ଷ ଙ୍କ ଅଭିଯୋଗ ଆଧାର ରେ କାମାକ୍ଷାନଗର ପୋଲିସ ତଦନ୍ତ ଜାରି ରଖିଛି ।

new life
You might also like
error: Content is protected !!