News
WhatsApp Image 2023-10-04 at 17.25.00
samparksetu

ମାଛ ବେପାରୀଙ୍କୁ ମରଣାତ୍ମକ ଆକ୍ରମଣ ସହ ଟଙ୍କା ଲୁଟ୍

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଖତେଇବେରେଣୀ କେନାଲ ରାସ୍ତାରେ ଜଣେ ମାଛ ବେପାରୀ ଙ୍କୁ ଆକ୍ରମଣ କରି ୨୦୦୦ ଟଙ୍କା ଲୁଟି ନେଇଛନ୍ତି ।

ସୂଚନା ଅନୁଯାୟୀ ଭୁବନ ବ୍ଲକ ଜୟପୁର ଗ୍ରାମର ଚୈତନ୍ୟ ବେହେରା ଆଜି ନିଜ ବେପାର ସାରି କାମାକ୍ଷାନଗର ଓ ବିରାଶାଳ ମଧ୍ୟରେ ଥିବା କେନାଲ ରାସ୍ତାରେ ଯାଉଥିବା ବେଳେ କିଛି ଦୁର୍ବୁତ୍ତ ତାଙ୍କୁ ଖତେଇବେରେଣି ଛକ ନିକଟରେ ମରଣାତ୍ମକ ଆକ୍ରମଣ କରି ତାଙ୍କଠାରୁ ୨୦୦୦ ଟଙ୍କା ଲୁଟି ନେଇଛନ୍ତି ।

ଅନ୍ୟପଟେ ଗୁରୁତ୍ତର ଅବସ୍ଥାରେ ଚୈତନ୍ୟଙ୍କୁ ରାସ୍ତାରେ ଯାଉଥିବା କିଛି ଲୋକ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲ ରେ ଭର୍ତ୍ତି କରାଇଥିଲେ ।

new life
You might also like
error: Content is protected !!