News
WhatsApp Image 2023-10-04 at 17.25.00
samparksetu

ପରଜଙ୍ଗ ପୋଲିସ୍ କବଜାରେ କଙ୍କଡାସୋଡ଼ା ଗ୍ରାମର ବିଭତ୍ସ ହତ୍ଯାକାଣ୍ଡର ଅଭିଯୁକ୍ତ

କମେଣ୍ଟ ମରାକୁ କେନ୍ଦ୍ର କରି ବଚସା ପୁଣି ଉଗ୍ରରୂପ ନେଇ ହତ୍ୟାକାଣ୍ଡ ଗତ କିଛିଦିନ ହେବ ଏଭଳି ଏକ ଘଟଣା ସାରା ଢେଙ୍କାନାଳ ଜିଲ୍ଲାରେ ଚହଳ ପକାଇଥିବା ବେଳେ ଏହି ଘଟଣା କୁ ଫର୍ଦାଫାର୍ସ କରିଛି ପରଜଙ୍ଗ ପୋଲିସ୍ ।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ  କଙ୍କଡ଼ାସୋଡା ଗ୍ରାମରେ ଜଣେ ଯୁବତୀକୁ କମେଣ୍ଟ ମରାକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ ଘଟିଥିବା ବେଳେ ଏଥିରେ  ଜଣଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟପଟେ ହତ୍ୟାକାଣ୍ଡ ଘଟାଇ ଫେରାର ହୋଇଯାଇଥିବା ହତ୍ୟାକାରୀଙ୍କୁ ଧରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ପରଜଙ୍ଗ ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ବାଇଁ ।

ଏକ ସ୍ୱତନ୍ତ୍ର ଟିମ୍ ସମ୍ପୃକ୍ତ ହତ୍ୟାକାରୀଙ୍କୁ ଧରିବାକୁ
ବିଭିନ୍ନ ଜାଗାରେ ଚଢ଼ାଉ ଜାରି ରଖିଥିଲେ । ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ବାଇଁଙ୍କ ବିଭିନ୍ନ ସୂତ୍ରରୁ ଖବର ନେଇ ସ୍ୱତନ୍ତ୍ର ଟିମ୍ ହାତରେ ଲାଗିଥିଲା କିଛି ସୁରାକ । ଯାହାକୁ ଆଖି ଆଗରେ ରଖି ଗତକାଲି ରାତିରେ ଟିମ୍ ଚଢାଉ କରି ମୁଖ୍ୟ ଅଭିଯୁକ୍ତ ଟୁକୁନା ଭୋଇ (୨୦) ସହଯୋଗୀ ସିପୁନ ଭୋଇ (୨୨) ଏବଂ ଆଉଜଣେ ସହଯୋଗୀ ଭଜମନ ଭୋଇ (୨୦) ଙ୍କୁ ଗିରଫ କରିଥିବାର ଜଣାପଡିଛି ।

new life
You might also like
error: Content is protected !!