News
WhatsApp Image 2023-10-04 at 17.25.00
samparksetu

କିରାସିନି ଢାଳି ମହିଳାଙ୍କୁ ହତ୍ୟା ଅଭିଯୋଗ ; ଶାଶୁ ସ୍ୱାମୀ ଥାନାରେ ଅଟକ !

ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ କମଳାଙ୍ଗ ଗ୍ରାମରେ ଜଣେ ମହିଳାଙ୍କୁ କିରାସିନି ଢାଳି ହତ୍ୟା କରାଯାଇଥିବାର ଝିଅର ପରିବାର ଲୋକ ଅଭିଯୋଗ କରାଯାଇଛି । ଏହାକୁ ନେଇ ପୋଲିସ୍ ଶାଶୁ ଏବଂ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ।

କମଳାଙ୍ଗ ଗ୍ରାମର ଶଶୀ ସାମିଲଙ୍କ ପୁଅ ଟୁନା ସାମଲ(୪୦) ଗତ ୧୧ ବର୍ଷ ତଳେ ନିକଟସ୍ଥ ସୁରଭି ଗ୍ରାମର ଜିତା ସାମଲ (୩୫) ଙ୍କୁ ବିବାହ କରିଥିଲେ ।

ଟୁନା କୌଣସି କାମ କରୁନଥିବା ବେଳେ ମା ଙ୍କ ପେନସନ ପଇସା ରେ ମଦ ପିଇ ପତ୍ନୀ ଙ୍କ ସହ ଝଗଡା କରିଥାଏ । ଗତ ୩ ଦିନ ତଳେ ପତିପତ୍ନୀ ଙ୍କ ମଧରେ ଝଗଡା ହୋଇଥିଲା ଏ ଘଟଣାକୁ ନେଇ ଆଜି ଜିତାଙ୍କୁ ତାଙ୍କ ଗାଧୁଆ ଘରେ ଦେହରେ କିରାସିନି ଢାଳି ପୋଡିଦେବାକୁ ଚେଷ୍ଟା କରାଯାଇଥିବାର ଅଭିଯୋଗ ହୋଇଛି । ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନିକଟରେ ଥୁବ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଏ ଘଟଣା ପରେ ଝିଅ ଘର ପକ୍ଷରୁ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି , ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ୪/୧୧ ରେ ଏକ ମାମଲା ରୁଜୁ କରି ଶାଶୁ ଶଶୀ ଏବଂ ସ୍ୱାମୀ ଟୁନାଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ।

new life
You might also like
error: Content is protected !!