News
WhatsApp Image 2023-10-04 at 17.25.00
samparksetu

ନିରାଡ଼ମ୍ବର ରେ ୩ଦିନ ପାଳନ ହେଲା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

ଚାରିଦ୍ଵାର ରେ ଜଳିଲା ଝାଡଦିପ, କୋଭିଡ ନିୟନ୍ତ୍ରଣ ଦୃଷ୍ଟିରେ ରଖି ୫ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ।କୋଭିଡ କଟକଣା କଡାକଡି,ସୀମିତ ସାଧୁସନ୍ଥଙ୍କୁ ନେଇ ହେଲା ନୀତି ।

ଚଳିତ ବର୍ଷ ଫେବୃଆରୀ ୨୫ ତାରିଖରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ପାଳନ ହୋଇଯାଇଛି ଏବର୍ଷର ବିଶ୍ବପ୍ରସିଦ୍ଧ ଯୋରନ୍ଦା ମାଘମେଳା। ମେଳାରେ କୋଭିଡ କଟକଣା କଡାକଡି ପାଳନ କରାଯାଇଥିଲା । ପ୍ରଥମ ଦିନରେ ମହିମା ଗଦିରେ ୫ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ଚାରିଦ୍ଵାର ରେ ଝାଡଦିପ ପ୍ରଜ୍ବଳନ କରାଯାଇ ଥିଲା ।ବିଶ୍ବ କଲ୍ୟାଣ ଉଦ୍ଦେଶ୍ଯରେ ମହିମା ସାଧୁସନ୍ଥ ଶୂନ୍ୟପ୍ରଭୁ ଙ୍କୁ ପ୍ରାଥନା କରିଛନ୍ତି।ସୀମିତ ସଂଖ୍ୟକ ସାଧୁସନ୍ଥ ମାନଙ୍କୁ ନେଇ ସମ୍ପନ୍ନ ହୋଇଥିଲା ଚତୁର୍ଦ୍ଦଶୀମେଳା।

ପ୍ରସାଶନ ପକ୍ଷରୁ କୋଭିଡ କଟକଣା କୁ କଡାକଡି ଭାବେ ପାଳନ କରାଯାଇଥିଲା ।ମହିମାଧର୍ମ ର ଆଦିପୀଠ ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ସ୍ଥିତ ମହିମା ଗାଦି ରେ ଗୁରୁବାର ପ୍ରାତଃ ୩ ଟା ସମୟରେ ଗାଦି ମନ୍ଦିର ରେ ଝାଡୁନିତି କରାଯାଇଥିଲା ।ଗାଦି ମନ୍ଦିର ଚାରିଦ୍ଵାର ଖୋଲାଯାଇ ପ୍ରଥମେ ମହାଳମୂଳ କୂଅରୁ ରୂପା ଗରାରେ ପାଣି ଆଣଯାଇ ସେଥିରେ ଚନ୍ଦନ, ଅଗୁର,କର୍ପୂର ମିଶାଇ ଚାରିଦ୍ଵାର ରେ ସିଞ୍ଚନ କରାଯାଇଥିଲା ।ଏହାପରେ ରୂପା ଝାଡୁରେ ଛେରାପହଁରା କରାଯାଇ ପ୍ରାତଃ ସମୟରେ ସିଦ୍ଧ ବକୁଳଧାରୀ ସନ୍ନ୍ୟାସୀ ମାନଙ୍କ ଦ୍ବାରା ଚାମର ସେବା କରାଯାଇଥିଲା। ଯାତ୍ରାରେ ପୋଲିସ ପ୍ରଶାସନ ପକ୍ଷରୁ ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଇଥିଲା ।

ବିଶ୍ବ ପ୍ରସିଦ୍ଧ ମହିମାଗାଦିରେ ୧୪୮ତମ ପ୍ରଭୁ ଉତ୍ସବର ଶୁକ୍ରବାରବା ଦ୍ଵିତୀୟ ଦିନର ସଂନ୍ଧ୍ୟାରେ ଗାଦି ମନ୍ଦିରର ଚାରିଦ୍ଵାର ରେ ଝାଡରେ ଅଗ୍ନି ସଂଯୋଗ ହୋଇଥିଲା। ବାବା ପୂର୍ଣ୍ଣିମା ରେ ବହୁ ସଂଖ୍ୟାରେ ସ୍ଥାନୀୟ ଅଞ୍ଚଳ ବାସୀ ଝାଡ ଦର୍ଶନ କରିଥିଲେ ୫ଟା ୫୦ ମିନିଟ ରେ ଝାଡ ଜଳିଥିଲା।

ପ୍ରଥମ ଏବଂ ଦ୍ବିତୀୟଦିନରେ ଗାଦି ମନ୍ଦିର ଭିତରକୁ ବିନା ନେଗେଟିଭ ରିପୋର୍ଟରେ ଆସିଥିବା ଭକ୍ତ ମାନଙ୍କୁ ଗାଦି ମନ୍ଦିର ଭିତରକୁ ପ୍ରବେଶ କରାଯାଉନଥିଲା।ଚଳିତ ବର୍ଷ ଅପେରା ,କଣ୍ଢେଇ ନାଚ ଓ ମୀନାବଜାର ହୋଇନଥିବା ବେଳେ ଏବର୍ଷର ମୂଖ୍ଯ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ମେଳା। ମେଳାକୁ ବୁଲିଆସିଥିବା ଭକ୍ତ ଏହାର ମଜା ନେଇଥିଲେ ।

ଶେଷ ଦିନରେ ପଶ୍ଚିମ ଦ୍ବାରରେ ଜଳିଲା ଝାଡଦିପ। ବହୁ ସଂଖ୍ୟାରେ ସ୍ଥାନୀୟ ଅଞ୍ଚଳର ଶ୍ରଦ୍ଧାଳୁ ମାନେ ଗାଦି ମନ୍ଦିରରେ ଝାଡ ଦର୍ଶନ କରିଥିଲେ ।ସ୍ଥାନୀୟ ଅଞ୍ଚଳ ବାସୀଙ୍କ ସୁବିଧା ନିମେନ୍ତ କୋଭିଡ କଟକଣା କୁ ସାମାନ୍ଯ କୋହଳ କରାଯାଇଥିଲା ।

new life
You might also like
error: Content is protected !!