News
WhatsApp Image 2023-10-04 at 17.25.00
samparksetu

ଆଜିର ବ୍ରେକଫାଷ୍ଟ ରେ ବନାନ୍ତୁ ଦଲିଆ ଉପମା

ମାତ୍ର ୧୦ ମିନିଟ୍‌ ଭିତରେ ଘରେ ବନାନ୍ତୁ ଟେଷ୍ଟି ଦଲିଆ ଉପମା

ଆବଶ୍ୟକୀୟ ସାମଗ୍ରୀ:

ଦଲିଆ, ଗ୍ରୀନ୍‌ ମଟର, ବିନ୍‌ସ, ଗାଜର, ଫୁଲ କୋବି, କଟା ପିଆଜ, ଟମାଟୋ, କଟା ଧନିଆ ପତ୍ର, ତେଲ, ଲୁଣ, ଜିରା, ସୋରିଷ, ଭୃସଙ୍ଗ ପତ୍ର, ବାଦାମ

ପ୍ରସ୍ତୁତି ପ୍ରଣାଳୀ:

ଦଲିଆ ସିଝିବାକୁ ଅଧିକ ସମୟ ଲାଗୁଥିବାରୁ ଏହାକୁ ପ୍ରେସ କୁକରରେ ତିଆରି କରିବା। ପ୍ରଥମେ ପ୍ରେସରରେ କିଛି ତେଲ ପକାନ୍ତୁ। ତେଲ ଗରମ ହେବା ପରେ ଏଥିରେ ସୋରିଷ, ଜିରା ଓ ଭୃସଙ୍ଗ ପତ୍ର ପକାଇ ହାଲ୍‌କା ଭାଜନ୍ତୁ। ଏବେ ଏଥିରେ କଟା ପିଆଜ, ଟମାଟୋ, ବାଦାମ, ଗ୍ରୀନ୍‌ ମଟର, ବିନ୍‌ସ, ଗାଜର, ଫୁଲ କୋବି ପକାଇ ଭାଜନ୍ତୁ ।

୨ ମିନିଟ୍‌ ପରେ ଏଥିରେ ଦଲିଆ ପକାଇ ଟିକେ ଘାଣ୍ଟନ୍ତୁ । ଏବେ ଦଲିଆ ଯେତିକି ପରିମାଣର ନେଇଛନ୍ତି ଏଥିରେ ଦୁଇଗୁଣ ପାଣି ଦିଅନ୍ତୁ । ଏବେ ସ୍ୱାଦାନୁସାରେ ଲୁଣ ପକାଇ ପ୍ରେସର କୁକରର ଢାଙ୍କୁଣି ଦେଇ ଦିଅନ୍ତୁ । ଧିମା ଆଞ୍ଚରେ ଗୋଟିଏ ସିଟି ଦେବା ପରେ ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ । କୁକର ଥଣ୍ଡା ହୋଇଯିବା ପରେ ପ୍ରେସର ଖୋଲି ପ୍ଲେଟ୍‌କୁ କାଢ଼ି ଧନିଆ ପତ୍ରରେ ସଜାଇ ସର୍ଭ କରନ୍ତୁ ‘ଦଲିଆ ଉପମା’ ।

new life
You might also like
error: Content is protected !!