News
WhatsApp Image 2023-10-04 at 17.25.00
samparksetu

ବିଧାରପୁର ମଣ୍ଡିରେ ଧାନବିକ୍ରି ରେ ଅନିୟମିତତା ହେତ ୫ଘଣ୍ଟାୁ ରାସ୍ତା ରୋକ

ଗଁଦିଆ ବ୍ଲକ ବିଧାରପୁର ଛକ ଠାରେ ଆଜି ଶତାଧିକ ଚାଷୀ ଧାନର ଅଭାବୀ ବିକ୍ରି ମଣ୍ଡିରେ ଧାନଦେଇନପାରିବା ଘଟଣାର ପ୍ରତିବାଦରେ ଆଜି ଧାନବସ୍ତା ରଖିରାସ୍ତା ରୋକ କରିଥିଲେ ।

ବିଧାରପୁର ପଞ୍ଚୟତର ଚାଷୀମାନେ ଢେଙ୍କାନାଳ ଭୁବନ ମୁଖ୍ୟ ରାସ୍ତା କୁ ବିଧାରପୁର ଛକ ଠାରେ ଧାନ ବସ୍ତା ରଖି ଅବରୋଧ କରିଥିଲେ ଏଥିପାଇଁ ୫ଘଣ୍ଟା ଧରି ରାସ୍ତାର ଦୁଇପାର୍ଶ୍ଵରେ ଗାଡିସବୁ ଅଟକି ରହିଥିଲା ।

ଆନ୍ଦୋଳନ କାରି ମାନେ ଅଭିଯୋଗ କରିଥିଲେ ଯେ ବିଧାରପୁର ସେବା ସମବାୟ ସମିତିରେ ମୋଟ ସାତ ଶହ ବାସ୍ତରୀ ଜଣ ଚାଷୀ ମଣ୍ଡିରେ ଧାନ ଦେବା ନିମନ୍ତେ ସେମାନଙ୍କର ନାମ ପଞ୍ଜିକରଣ କରିଥିଲେ ହେଲେ ଆଜିସୁଦ୍ଧା ୬୮୧ ଜଣ ଚାଷୀ ମଣ୍ଡିରେ ଧାନ ଦେଇଥିବା ବେଳ ଅବଶିଷ୍ଟ ୨୯୧ ଜଣ ଚାଷୀ ସେମାନଙ୍କର ଧାନ ଉକ୍ତ ମଣ୍ଡିରେ ଦେଇପାରିନାହାନ୍ତି ।

ସେଥି ମଧ୍ୟରୁ ଅନେକ ଖୁଦ୍ର ଚାଷୀ ଓ ଭାଗଚାଷୀ ଅଛନ୍ତି ଫଳରେ ଏହି ଘଟଣାକୁ ନେଇ ଚାଷୀ ମାନେ ଆନ୍ଦୋଳନ କରିଥିଲେ ଏହି ସମସ୍ୟାର ସମାଧାନ ନିମନ୍ତେ ଚାଷୀ ନେତା ସଞ୍ଜୟ କୁମାର ବାରିକ ଙ୍କ ନେତୃତ୍ୱରେ ଏକ ଚାଷୀ ଦଳ ଏସ ସି ସି ଓ ନିରୋଦ ଚନ୍ଦ୍ର ଦାସ ଙ୍କୁ ଭେଟି ଦାବି ଜଣାଇଥିଲେ ଏହାପରେ ଚାଷୀ ଙ୍କ ସହିତ ଆଲୋଚନା ପରେ ଚାଷୀଙ୍କର ଉକ୍ତ ସମସ୍ୟା କୁ ୭ ଦିନ ମଧ୍ୟରେ ସମାଧାନ କରାଯିବାର ପ୍ରତିଶୃତି ମିଳିବାପରେ ରାସ୍ତାରୋକ ହଟିଥିଲା ।

new life
You might also like
error: Content is protected !!