News
WhatsApp Image 2023-10-04 at 17.25.00
samparksetu

ଜଙ୍ଗଲ ନିଆଁରେ ଫସିଛନ୍ତି ହାତୀ ; ଚିତ୍କାରରେ ଫାଟିପଡୁଛି ଜଙ୍ଗଲ !

ଢେଙ୍କାନାଳ ଜିଲ୍ଲାରେ ଥିବା ବିଭିନ୍ନ ବନାଞ୍ଚଳରେ ଲାଗିଛି ନିଆଁ ।
ବନ ବିଭାଗ ନିକଟରେ କୌଣସି ସରଞ୍ଜାମ ନଥିବାବେଳେ ନିଆଁରେ ଫସିରହିଥିବା ବନ୍ୟଜନ୍ତୁ ହାତୀ ଫସି ଚିତ୍କାର କରିଥିବାରୁ ଅଂଚଳରେ ଆତଙ୍କ ଖେଳିଯାଇଛି ।

ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ବନାଞ୍ଚଳ ବମ୍ଫା ସେକସନରେ ଥିବା ବୁଢ଼ୀ ପାହାଡରେ ଲାଗିଛି ନିଆଁ । ଆଉ ଏହି ନିଆଁ କ୍ରମଶଃ ଭୟଙ୍କର ରୂପ ଧାରଣ କରୁଥିବାବେଳେ ହାତୀ ମାନଙ୍କର ଚିତ୍କାର ଶୁଭୁଛି ।  ଏହି ଅଗ୍ନିକାଣ୍ଡରେ ହାତୀ ଦୁଇ ତିନୋଟି ଫସିଥିବା ଆଶଙ୍କା କରାଯାଇଛି । ଫଳରେ ହାତୀ ମାନଙ୍କ ବିକଟାଳ ଚିତ୍କାରରେ ସ୍ଥାନୀୟ ଅଂଚଳ ବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ନିଆଁ ସମ୍ପୂର୍ଣ  ଜଙ୍ଗଲକୁ ବ୍ୟାପୁଥିବା ଜଣାପଡିଛି ।

ସ୍ଥାନୀୟ ଲୋକମାନେ ନିଆଁକୁ ଲିଭାଇବାକୁ ଉଦ୍ୟମ କରୁଥିଲେ ମଧ୍ୟ ଜଙ୍ଗଲରୁ ଦୁଇ ତିନୋଟି ହାତୀଙ୍କ ଚିତ୍କାର କରୁଥିବାରୁ ନିଆଁ ଲିଭାଇବା ଛାଡି ଲୋକମାନେ ପଳାଇଆସିଥିବାର ପ୍ରକାଶ କରିଛନ୍ତି । ତେବେ ବନ ବିଭାଗ ପକ୍ଷରୁ କେହି ପହଂଚି ନଥିବା ଜଣାପଡିଛି ।

new life
You might also like
error: Content is protected !!