News
WhatsApp Image 2023-10-04 at 17.25.00
samparksetu

ରାଜରାସ୍ତାରେ ଚାଷୀ,ଧାନ ବସ୍ତା ରଖି ଦେଲେ ଧାରଣା !

ହିନ୍ଦୋଳ ଉପଖଣ୍ଡ ରଂଜାଗୋଳ ପଞ୍ଚାୟତ ରାସ୍ତାରେ ଆଜି ୫ ଗୋଟି ପଂଚାୟତର ଚାଷୀ ଧାନ ବସ୍ତା ରଖି ରାସ୍ତା ରୋକ କରିବା ସହ ଧାରଣାରେ ବସିଥିଲେ ।

ରଂଜାଗୋଳ ସେବା ସମବାୟ ସମିତି ଅଧିନରେ ରଂଜାଗୋଳ,ଅସରଡା,କୁକୁଟା,ଠୋକର ,କଡଲା ପ୍ରଭୃତି ୫ ଗୋଟି ପଂଚାୟତର ଚାଷୀ ଅନଲାଇନ ମାଧ୍ୟମରେ ନାମ ପଂଜୀକରଣ କରିଥିଲେ ଧାନ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ହେଲେ ସେମାନଙ୍କ ମୋବାଇଲକୁ ସନ୍ଦେଶ ଆସିଥିଲା କେତେ ତାରିଖରେ କେତେ ପରିମାଣର ଧାନ ବିକ୍ରି କରିପାରିବେ ।

କିନ୍ତୁ ସେ ଅନୁଯାୟୀ ମଣ୍ଡିରେ ଧାନ ବିକ୍ରି ହୋଇ ନ ପାରିବାରୁ ଚାଷୀମାନେ ଆନ୍ଦୋଳନ କରିଥିଲେ । ସପ୍ତାହକୁ ଗୋଟିଏ ଦିନ ସେବାସମବାୟ ସମିତି ତରଫରୁ ୧ ହଜାର କ୍ବିଣ୍ଟାଲ କିଣିବାକୁ ନିୟମ ଥିବା ବେଳେ ଅଧିକ ସଂଖ୍ୟାରେ ଖବର ଆସୁଛି ଧାନ ବିକ୍ରି ପାଇଁ । ଫଳରେ ୧ ହଜାର କ୍ବିଣ୍ଟାଲରୁ ଅଧିକ ଧାନ ସମିତି କିଣି ନ ପାରିବାରୁ ଚାଷୀମାନଙ୍କର ଧାନ ଗଦା ହୋଇ ରହିଛି ।

ଏ ଦିଗରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ନ ଦେବାରୁ ଧାନ ବିକ୍ରୀ ହୋଇ ପାରୁନାହିଁ ।ହତାଶ ହୋଇ କୌଣସି ବିକଳ୍ପ ନପାଇ ଚାଷୀମାନେ ଆଜି ସକାଳେ ରଂଜାଗୋଳ ଛକରେ ଧାନ ବସ୍ତା ରଖି ରାସ୍ତାରୋକ କରିଥିଲେ ।

ଖବର ପାଇ ଅତିରିକ୍ତ ତହସିଲଦାର ରାମ ଗୋବିନ୍ଦ ପରିଡା,ଯୋଗାଣ ଅଧିକାରୀ ଅସିତ ଅମିତାଭ ବେହେରା, ବାଲିମି ଥାନା ଅଧିକାରୀ ବ୍ରହ୍ମାନଂଦ ପାତ୍ର,ରାଜସ୍ବ ନିରୀକ୍ଷକ ନିଶିକାନ୍ତ ପାତ୍ର ପ୍ରମୁଖ ଘଟଣା ସ୍ଥଳରେ ପହଂଚି ଚାଷୀ ମାନଙ୍କୁ ବୁଝାସୁଝା କରିବା ସହ ଆଗାମୀ ୭ ଦିନ ଭିତରେ ଧାନ ମଣ୍ଡି ଖୋଲାଜାଇ ଧାନ ବିକ୍ରି ବ୍ୟବସ୍ଥା କରାଯିବାର ପ୍ରତିଶୃତି ଦେବା ପରେ ଚାଷୀ ଧାରଣା ରୁ ଓହରିଥିଲେ ।

new life
You might also like
error: Content is protected !!