ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକ୍ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଦଶିପୁର ଠାରୁ ଘାଗରାମୁଣ୍ଡା ରାସ୍ତା ପାଇଁ ଗତରେଇ ଗ୍ରାମ ଠାରେ ଏକ କ୍ୟାମ୍ପ କରାଯାଇଥିଲା । ସେଠାରେ ଶ୍ରମିକ ମାନଙ୍କ ସହିତ ମେସିନ , ପାଇପ , ମୋଟର ଆଦି ରଖାଯାଇଥିଲା ।
ସମସ୍ତ ଶ୍ରମିକ କାମ କରିବାକୁ ଯାଇଥିବା ବେଳେ ଆଜି ପ୍ରାୟତଃ ଦିନ ୩ ଘଟିକା ସମୟରେ ସର୍ଟ ସର୍କିଟ ହେତୁ ନିର୍ମିତ ହୋଇଥିବା ୫ ବଖରା ଘର ସମ୍ପୂର୍ଣ୍ଣ ଭାବେ ଜଳିପୋଡି ଯାଇଥିଲା । ବିଶେଷ କରି ଶ୍ରମିକ ମାନଙ୍କର ଟଙ୍କା ପଇସା ପୋଡି ଯିବାରୁ ସେମାନେ କାନ୍ଦୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।
ଏହି ଅଗ୍ନିକାଣ୍ଡ ରେ ପ୍ରାୟ ୪ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ସମ୍ପତ୍ତି ନଷ୍ଟ ହୋଇଥିବାର ଜଣାପଡିଛି । ଗ୍ରାମବାସୀ ଙ୍କ ଦ୍ଵାରା ନିଆଁ କୁ ଆୟତ କରାଯାଇଥିଲା ।