News
WhatsApp Image 2023-10-04 at 17.25.00
samparksetu

ଆସ ବୁଲିଯିବା ମେଣ୍ଢାପଦା ଡ୍ୟାମ

ଢେଙ୍କାନାଳ ଜିଲ୍ଲାର ଅନେକ ସ୍ଥାନ ଏପରି ରହିଛି ଯେଉଁ ଗୁଡ଼ିକର ଉନ୍ନତିକରଣ କରାଯାଇ ପର୍ଯ୍ୟଟନ ସ୍ଥଳୀ ଭାବରେ ବିକଶିତ କରାଯାଇ ପାରିବ। ପର୍ଜଙ୍ଗ ବ୍ଲକ ଲୋଧଣୀ ପଞ୍ଚାୟତ ମେଣ୍ଢାପଦା ଗାଁ ନିକଟରେ ଥିବା ଡ଼୍ୟାମ ଏମାନଙ୍କ ମଧ୍ୟରେ ଅନ୍ୟତମ।

ପାଖାପାଖି ୩୫୦ ଏକର ଜାଗା ଜଳ ପରିଧି ଥିବା ଏକ ଏହି ଡ୍ଯାମର ଚତୁଃପାର୍ଶ୍ଵର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର। ନିକଟସ୍ଥ ଗାଁ ଗଣ୍ଡାରୁ ଲୋକ ଅବସର ମିଳିଲେ ଧାଇଁ ଆସନ୍ତି ଏଠାକୁ ଟିକିଏ ମନକୁ ବ୍ୟସ୍ତ ବହୁଳ ଜୀବନରୁ ଟିକିଏ ବିରତି ପାଇଁ।

ଜିଲ୍ଲା ସଦରମହକୁମା ଅର୍ଥାତ୍ ଢେଙ୍କାନାଳରୁ ଏ ଗାଁ କୁ ୫୦ କିଲୋମିଟର ରାସ୍ତା। ଆଲୁଅଝରଣ-ପର୍ଜଙ୍ଗ ପୂର୍ତ୍ତ ବିଭାଗ ରାସ୍ତାର ପାଟରପଦା ଆରଡି ରାସ୍ତା ରେ ଅଳ୍ପ ଦୂରରେ ପଡ଼ିବ ମେଣ୍ଢାପାଳ ଗାଁ। ଗାଁ କୁ ଲାଗି ଏହି ୩୫୦ ଏକର ପରିମିତ ଜଳ ପ୍ରକଳ୍ପ। ପିକନିକ ଋତୁ ଆସିଲେ ବଣ ଭୋଜି ପାଇଁ ଧାଇଁ ଆସନ୍ତି ଏଠାକୁ ଅନେକ।
ଏହାକୁ ପର୍ଯ୍ୟଟନସ୍ଥଳୀ ରୂପେ ବିକଶିତ କରାଗଲେ ଗାଁ ର ଆର୍ଥିକ ବିକାଶ ମଧ୍ୟ ହୋଇପାରନ୍ତା।

new life
You might also like
error: Content is protected !!