News
WhatsApp Image 2023-10-04 at 17.25.00
samparksetu

ଗଛରେ ପିଟିହୋଇ ବାଇକ ଚାଳକ ଗୁରୁତର !

ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଯୋରନ୍ଦା-ବିରିଖୁଣ୍ଟି ରାସ୍ତାରେ ସଡ଼କ ଦୁର୍ଘଟଣା। ଆଜି ସନ୍ଧ୍ୟା ୭ଟା ପାଖାପାଖି ଏହି ଦୁର୍ଘଟଣା ଘଟିଛି।

ନାଗିଆପଶି ପଞ୍ଚାୟତର ଡାହିମାଳ ଗାଁ ର ପଙ୍କଜ ଦେହୁରୀଙ୍କ ପୁଅ ଚନ୍ଦନ ଦେହୁରୀ ନିଜ ପଲସର ବାଇକ୍ (ଓଡି୦୬ଜେ୫୨୮୭) ନେଇ ଯାଉଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛରେ ଧକ୍କା ହୋଇଥିଲା।

ଗଛରେ ଧକ୍କା ହେବା ପରେ ବିଲ ଭିତରକୁ ଛିଟିକି ପଡିଥିବାର ଦେଖାଯାଇଥିଲା। ଦୁର୍ଘଟଣାସ୍ଥଳରୁ ସ୍ଥାନୀୟ ଲୋକମାନେ ସମ୍ପର୍କୀୟଙ୍କୁ ଜଣାଇଥିଲେ। ଯୁବକ ଜଣଙ୍କ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଯୁବକ ଜଣଙ୍କ ମଦ୍ୟପାନ କରିଥିବାରୁ ବାଇକ୍ ନିୟନ୍ତ୍ରଣ କରି ପାରି ନଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।

new life
You might also like
error: Content is protected !!