News
WhatsApp Image 2023-10-04 at 17.25.00
samparksetu

ଅଙ୍ଗନୱାଡ଼ି କର୍ମୀଙ୍କୁ ଦୁଇଦିନ ଧରି ଗୋଟିଏ ଘରେ ଅଟକ ରଖି ମାନସିକ ନିର୍ଯାତନା ଅଭିଯୋଗ

ଢେଙ୍କାନାଳ ଜିଲ୍ଲା ଭୁବନରେ ଜଣେ ଅଙ୍ଗନୱାଡ଼ି କର୍ମୀଙ୍କୁ ଦୁଇଦିନ ଧରି ଗୋଟିଏ ଘରେ ଅଟକ ରଖି ମାନସିକ ନିର୍ଯାତନା ଅଭିଯୋଗ । ବାହା ହେବାକୁ ରାଜି ନହେଲେ ଅଶ୍ଲୀଳ ଭିଡିଓ ଭାଇରାଲ କରିବାକୁ ଧମକ, ଖବର ପାଇ ଉଦ୍ଧାର କଲା ପୋଲିସ, ଅଭିଯୁକ୍ତ ଯୁବକ ଗିରଫ ।

ସୂଚନା ଅନୁଯାୟୀ ଭୁବନ ଥାନା ଅନ୍ତର୍ଗତ ଏନଏସିରେ ରହୁଥିବା ଜଣେ ଅଙ୍ଗନବାଡି କର୍ମୀ ଏବଂ ସ୍ଥାନୀୟ ଜଗବନ୍ଧୁ ନାମକ ଜଣେ ଯୁବକଙ୍କ ମଧ୍ୟରେ ଦୀର୍ଘ ୮ ବର୍ଷ ହେବ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା, ହେଲେ ସେ ସମୟରେ କର୍ମୀ ଜଣଙ୍କ ନାବାଳିକା ଥିଲେ । ପ୍ରାୟ ଦେଢ଼ ବର୍ଷ ହେବ ଜଗବନ୍ଧୁ ଉକ୍ତ ଯୁବତୀର ଅଶ୍ଳୀସ ଫଟ ନିଜ ମୋବାଇଲରେ ରଖି ବିବାହ ପାଇଁ ବାଧ୍ୟ କରିଆସୁଥିଲେ । ଏବଂ ବିବାହ ନକଲେ ଫଟୋ ସବୁ ଭାଇରାଲ କରିବାକୁ ଧମକ ମଧ୍ୟ ଦେଉଥିଲେ ଏପରିକି ଯୁବତୀଙ୍କ ବାପା କୁ ଜୀବନରେ ମାରିଦେଵାକୁ ଧମକ ମଧ୍ୟ ଦେଉଥିଲେ । ଭୟରେ ଯୁବତୀ ନିରବ ରହୁଥିବା ବେଳେ ମାର୍ଚ୍ଚ ୫ ସନ୍ଧ୍ୟାରେ ଯୁବକଙ୍କ ଜଣଙ୍କ କର୍ମୀଙ୍କ ଘର ପାଖରେ ପହଁଚି ବିବାହ ପାଇଁ ବାଧ୍ୟ କରିଥିଲା । ଏପରିକି ସେଦିନ ଯୁବତୀଙ୍କୁ ଭୟବିତ କରାଇ ନିଜ ବଡବାପା ଘରେ ରଖି ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ମଧ୍ୟ ଦେଇଥିଲା ।

କୌଣସି ସୂତ୍ରରୁ ଏନେଇ ଗଁଦିଆ ଥାନା ଅଧିକାରୀ ନିର୍ମଳା ଗୋଛାୟତ ଖବର ପାଇ ବନ୍ଧି ଅବସ୍ଥାରେ ଥିବା କର୍ମୀ ଓ ଅଭିଯୁକ୍ତ ଜଗବନ୍ଧୁ ଉଭୟଙ୍କୁ ଥାନାକୁ ଆଣିଥିଲେ । ଥାନାରେ ଅଙ୍ଗନବାଡି କର୍ମୀ ଲିଖିତ ଅଭିଯୋଗ ପରେ ଯୁବକଙ୍କ ବିରୋଧରେ ପୋଲିସ୍ ଏକ ମାମଲା ରୁଜୁ କରି ଉକ୍ତ କର୍ମୀଙ୍କୁ ଡାକ୍ତରୀ ମାଇନା ନିମନ୍ତେ ପଠାଇଛନ୍ତି ।

new life
You might also like
error: Content is protected !!