News
WhatsApp Image 2023-10-04 at 17.25.00
samparksetu

ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ ପ୍ରସ୍ତୁତି ବୈଠକ ; ଏପ୍ରିଲ ୧ ତାରିଖରୁ ଜୁନ ୧୦ ତାରିଖ ଖୋଲିବ କଣ୍ଟ୍ରୋଲ ରୁମ

ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟସ୍ଥ ସଦଦ୍ଭାବନା ସଭା ଗୃହଠାରେ ଜିଲ୍ଲାପାଳ ଶ୍ରୀ ଭୂମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ ଏକ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲାରେ ଥିବା ବିଭିନ୍ନ ଅଞ୍ଚଳର ନଳକୂପ ଗୁଡିକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଇବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜଙ୍ଗଲରେ ନିଆଁ ଲାଗୁଥିବା ଘଟଣା ଉପରେ ବନଖଣ୍ଡ ଅଧିକାରୀ ଙ୍କୁ ପଦକ୍ଷେପ ଗ୍ରହଣ ପାଇଁ ପରାମର୍ଶ ଦିଆଯାଇଛି । ଆସନ୍ତାକାଲି ଠାରୁ ଗ୍ରୀଷ୍ମ ପ୍ରବାହ ହେତୁ ଦିନ ୧୧ ଘଟିକାରୁ ୩.୩୦ ମଧ୍ୟରେ ଯେପରି କୌଣସି ଶ୍ରମିକ କାମ ନ କରିବେ ସେଥିପ୍ରତି ଯତ୍ନଶୀଳ ହେବାକୁ ଶ୍ରମ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ।

ଗ୍ରୀଷ୍ମ ସତର୍କ ସୂଚନା ପାଇଁ ଆସନ୍ତା ଏପ୍ରିଲ ୧ ତାରିଖରୁ ଜୁନ ୧୦ ତାରିଖ ପର୍ଯ୍ୟନ୍ତ ଏକ କଣ୍ଟ୍ରୋଲ ରୁମ କାର୍ଯ୍ୟ କରିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।

new life
You might also like
error: Content is protected !!