News
WhatsApp Image 2023-10-04 at 17.25.00
samparksetu

୧୦ ମିନିଟ ବିଳମ୍ବ ହେତୁ ହିନ୍ଦୀ ଶିକ୍ଷୟିତ୍ରୀ ଙ୍କୁ ଗାଳି ; ଆତ୍ମହତ୍ୟା ଉଦ୍ୟମ କଲେ ଶିକ୍ଷୟିତ୍ରୀ !

୧୦ ମିନିଟ ବିଳମ୍ବ ହେତୁ ହିନ୍ଦୀ ଶିକ୍ଷୟିତ୍ରୀ ଙ୍କୁ ଗାଳି ହୋଇଛି ଗାଳି ପରେ ଶିକ୍ଷୟିତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି , ଏହିଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ।

ସୂଚନା ଅନୁଯାୟୀ , ଆଜି ସୁଲତାନା ବେଗମ ସ୍କୁଲ କୁ ୧୦ ମିନିଟ ବିଳମ୍ବ ରେ ଆସିବାରୁ ସ୍କୁଲ ର ପ୍ରଧାନ ଶିକ୍ଷକ ତାଙ୍କୁ ଗାଳି କରିଥିଲେ , ତେବେ ସୁଲତାନା ମାନସିକ ବାରସାମ୍ୟ ହରାଇ ସ୍କୁଲ ର ସାଇକେଲ ଷ୍ଟାଣ୍ଡ ରେ ନିଜ ଓଢଣୀ ରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ତୁରନ୍ତ ତାଙ୍କ ସହକର୍ମୀ ମାନେ ଉଦ୍ଧାର କରି ଭୁବନ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ । ସଲତାନା ଙ୍କ ଘର ଯାଜପୁର ରେ ସେ ଭୁବନ ରେ ଏକ ଭଡ଼ା ଘରେ ରହୁଛନ୍ତି ।

 ଏ ସଂପର୍କରେ ପ୍ରଧାନ ଶିକ୍ଷକଙ୍କୁ ମୋବାଇଲ ଯୋଗେ କଲ କରିଥିଲେ ମଧ୍ୟ ସେ ତାଙ୍କର କୌଣସି ଉତ୍ତର ନଥିବା ତାଙ୍କ ଭୂମିକା ନେଇ ସନ୍ଦେହ ଘେରକୁ ଆସିଛି।  ଏ ସଂକ୍ରାନ୍ତରେ ଭୁବନ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଚଳାଇଛି ।

new life
You might also like
error: Content is protected !!