News
WhatsApp Image 2023-10-04 at 17.25.00
samparksetu

ଅସହାୟ ପରିବାରକୁ ସାହାଯ୍ୟ ଯୋଗାଇ ଦେବାକୁ ବିଡିଓ ଙ୍କୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତ ର ଆଦିପୁରା ଗ୍ରାମର ରୋହିତ ନାଏକ (୪୨) । ସେ ଜଣେ ବାଦ୍ୟକାର ଭାବେ ବେଶ୍ ପରିଚିତ ଗାଁ ଗହଳିରେ ।

ନିଖୂଣ ବାଦ୍ୟ ପରିବେଷଣ କରି ୨୦୦୬ ମସିହାରେ ରାଜ୍ଯ କଳା ବିକାଶ ପରିଷଦ ପକ୍ଷରୁ ସମ୍ମାନିତ ହୋଇଛନ୍ତି । ଦଇବର ଲେଖନୀ ଥିଲା କିନ୍ତୁ ଅଲଗା । ତିନି ବର୍ଷ ତଳେ ହଠାତ୍ ପକ୍ଷାଘାତରେ ଆକ୍ରାନ୍ତ ହୋଇଗଲା ପରେ ପରିବାରର ବୋଝ ମୁଣ୍ଡାଉ ଥିବା ମନିଷଟି ପରିବାର ପାଈଁ ବୋଝ ପାଲଟିଛି ।

ପରିବାର କହିଲେ ରୋହିତ ନାଏକ, ତାଙ୍କ ପତ୍ନୀ ଦର୍ପଣୀ ନାଏକ ଓ ଦୁଇ ପୁଅ ଭିତରୁ ବଡ ପୁଅ କୁନାଲ ନାଏକ(୨୬), ସାନ ପୁଅ କାହ୍ନୁ ନାଏକ , ଦୁଇ ପୁଅ ଏବେ ବିବାହିତ । ପିତା ପକ୍ଷାଘାତ ରେ ଆକ୍ରାନ୍ତ ପରେ ସରକାର ଙ୍କ ତରଫରୁ ୭୦ ପ୍ରତିଶତ ଭିନ୍ନକ୍ଷମ ପରିଚୟ ପତ୍ର କରିବା ସହ ଭତ୍ତା ପ୍ରଦାନ କରିଛନ୍ତି । ବଡ ପୁଅ କୁନାଲ ଏବେ ପରିସ୍ରା ଇଫେକ୍ସନ୍ ରେ ଆକ୍ରାନ୍ତ ହେବା ପରେ ଅର୍ଥ ଅଭାବରୁ ଚିକିତ୍ସା ହୋଇ ପାରୁନାହାନ୍ତି । ଏ ନେଇ ଆଜି ଆଜି ୧୫ ମାର୍ଚ୍ଚ ରେ ଢେଙ୍କାନାଳ ଅପଡେଟ ରେ ଖବର ପ୍ରସାରଣ ହୋଇଥିଲା ଖବର ପ୍ରସାରଣ ପରେ ଜିଲ୍ଲା ପାଳ ଭୁବନ ବିଡ଼ିଓ ଙ୍କୁ ଏହି ଘଟଣାକୁ ତଦାରଖ କରି ଏହା ଉପରେ କାର୍ଯ୍ୟ।ନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

new life
You might also like
error: Content is protected !!