News
WhatsApp Image 2023-10-04 at 17.25.00
samparksetu

ମଣ୍ଡିରେ ଧାନ ବିକ୍ରି ହେଉନଥିବା କାରଣରୁ ବିଜେପି ତରଫରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

କାମାକ୍ଷାନଗର ବିଭିନ୍ନ ଧାନ ମଣ୍ଡିରେ ଧାନ ବିକ୍ରି ହୋଈନପାରିବା ହେତୁ ଆଜି ବିଜେପି ତରଫରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବିପତ୍ର ପ୍ରଦାନ କରାଯାଇଥିଲା।

ମଣ୍ଡିରେ ଚାଷୀଙ୍କର ନାମ ପଞ୍ଜିକରଣ ହୋଇଥିବା ବେଳେ ଧାନ ବିକ୍ରିହୋଈପାରି ନାହିଁ ।କାମାକ୍ଷାନଗର ଉପଖଣ୍ଡ ରେ ପ୍ରାୟ ୪୮୦୦ ଚାଷିଙ୍କର ୧ ଲକ୍ଷରୁ ଅଧିକ କୁଇଣ୍ଟାଲ ଧାନ ବିକ୍ରି ହୋଇନାହିଁ ।

ତୁରନ୍ତ ଏହାର ବିଚାର କରିବା ପାଇଁ ଦାବି ଜଣାଇ ଉପଜିଲ୍ଲାପାଳ ଇଂ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟଙ୍କୁ ଦାବିପତ୍ର ଦିଆଯାଇଥିଲା। ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟନ ପାଣି, ବିଭୁତି ପ୍ରଧାନ, ସମେତ ଶତାଧିକ କର୍ମିମାନେ ଉପସ୍ଥିତ ଥିଲେ ।

new life
You might also like
error: Content is protected !!