News
WhatsApp Image 2023-10-04 at 17.25.00
samparksetu

ସଡ଼କ ଦୁର୍ଘଟଣାରେ ଯୁବକ ମୃତ

କାମାକ୍ଷାନଗର ଥାନା ମହୁଲପାଳ ନିକଟରେ ବାଇକ ସହ ବାଇକ ଧକ୍କା ହେବା ଫଳରେ ଜଣକ ର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ପରଜଙ୍ଗ ଥାନା ବସୋଈ ଗ୍ରାମ ର ସୁବ୍ରତ ବିଶ୍ୱାଳ ।

ସୂଚନା ଅନୁସାରେ ସୁବ୍ରତ ଆଜି ନିଜ ବାଇକ ଯୋଗେ ଢେଙ୍କାନାଳ ରୁ ଫେରୁଥିବା ବେଳେ ମହୁଲପାଳ ନିକଟରେ ବିପରୀତ ପାର୍ଶ୍ଵ ରୁ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲେ । ଫଳରେ ସେ ଗୁରୁତର ଅବସ୍ଥା ରେ ରାସ୍ତା ଉପରେ ପଡି ରହିଥିଲେ ।

ସ୍ଥାନୀୟ ଲୋକ ତୁରନ୍ତ ୧୦୮ଆମ୍ବୁଲାନ୍ସ ଯୋଗେ ତାଙ୍କୁ କାମାକ୍ଷାନଗର ମେଡିକାଲ ରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ କାମାକ୍ଷାନଗର ପୋଲିସ ମେଡିକାଲ ରେ ପହଞ୍ଚି ଶବ କୁ ଜବତ କରି କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

new life
You might also like
error: Content is protected !!