News
WhatsApp Image 2023-10-04 at 17.25.00
samparksetu

ପାଣି ପାଇଁ ହନ୍ତସନ୍ତ ୨୦୦ ପରିବାର

ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଗଲାଣି , ପ୍ରାୟ ଢେଙ୍କାନାଳ ଜିଲ୍ଲାର ପ୍ରତେକ ଅଞ୍ଚଳରେ ପାଣି ସମସ୍ୟା ମୁଣ୍ଡ ଟେକିଛି । ଅନେକ ଅଞ୍ଚଳରେ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ ।

ଏହି ପରି ଏକ ଘଟଣା ଦେଖିବାକୁ ମିଳିଛି ଭୁବନ ବିଜ୍ଞାପିତ ଅଞ୍ଚଳର ୱାର୍ଡ ନଂ ୩ ରେ । ଏହି ଅଞ୍ଚଳରେ ପ୍ରାୟ ୨୦୦ ପରିବାର ପାନୀୟ ଜଳ ପାଇଁ ହଇରାଣ ହେଉଛନ୍ତି । ପ୍ରତିବର୍ଷ ଗ୍ରୀଷ୍ମଋତୁ ଆସିଲେ ଏହି ଅଞ୍ଚଳରେ ଜଳକଷ୍ଟ ମୁଣ୍ଡ ଟେକେ । ଏଠାରେ ଯେଉଁ କୂଅ ଏବଂ ନଳକୂପ ରହିଛି ତାହା ଜଳ ଯୋଗାଇବା ପାଇଁ ଅକ୍ଷମ ।

ଏହି ଅଞ୍ଚଳରେ ୨ବର୍ଷ ପୂର୍ବରୁ ଜଳ ଯୋଗାଣ ପାଇଁ ପାଇପ ବିଛା ହୋଇଛି କିନ୍ତୁ ପର୍ଯ୍ୟାପ୍ତ ମାତ୍ରାରେ ଜଳ ଯୋଗାଣ ହୋଇପାରୁନାହିଁ । ବର୍ତ୍ତମାନ ୪ ମାସ ହେବ ଏହି ଅଞ୍ଚଳର ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି । ତେଣୁ ପାନୀୟ ଜଳର ଏକ ସ୍ଥାୟୀ ପ୍ରତିକାର ପାଇଁ ସ୍ଥାନୀୟ ବାସୀ ଦାବି କରିଛନ୍ତି ।

new life
You might also like
error: Content is protected !!