News
WhatsApp Image 2023-10-04 at 17.25.00
samparksetu

ଜାଲ ନୋଟ କାରବାରର ଚେର, ହିନ୍ଦୋଳ ପୋଲିସ୍ କବଜାରେ ମହିଳା

ହିନ୍ଦୋଳ ପୋଲିସ୍ ଜାଲ୍ ନୋଟ୍ କାରବାର କରୁଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରିଥିବା ଜଣାପଡିଛି । ତେବେ ମହିଳା ଜଣଙ୍କ ଜଣେ ପୂର୍ବତନ ସରପଞ୍ଚ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ମହିଳା ଜଣଙ୍କ ଗତକାଲି ଜଣେ ବ୍ୟବସାୟୀଙ୍କୁ କିଛି ଟଙ୍କା ଦେଇଥିବା ବେଳେ ନୋଟ ଗୁଡିକୁ ଦେଖି ବ୍ୟବସାୟୀ ଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା ।
ତେଣୁ ଏ ନେଇ ସେ ସଙ୍ଗେ ସଙ୍ଗେ ହିନ୍ଦୋଳ ପୁଲିସ୍‌କୁ ଖବର ଦେଇଥିଲେ।

ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ନକଲି ନୋଟ୍‌ ଗୁଡ଼ିକୁ ଜବତ କରିଥିବା ବେଳେ ମହିଳାଙ୍କୁ ନିଜ ହେପାଜତକୁ ନେଇଥିଲା । ଅନ୍ୟପଟେ ଏତେ ପରିମାଣର ଜାଲ୍ ନୋଟ୍ କେଉଁଠୁ ଏବଂ କିପରି ଆସିଲା ଏଵଂ ଏହି ଜାଲ ନୋଟ ରାକେଟର ଚେର କେଉଁ ଆଡେ ଲମ୍ବିଛି ଏନେଇ ପୁଲିସ୍ ତଦନ୍ତ ଆରମ୍ଭ କରିଛି ।

ତେବେ ଗିରଫ ମହିଳା ଜଣଙ୍କ ଘର ନରସିଂହପୁର ଅଞ୍ଚଳରେ ହୋଇଥିବା ବେଳେ ସେ ହିନ୍ଦୋଳ ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିବାର ଜଣାଯାଇଛି ।

new life
You might also like
error: Content is protected !!